ଚିକିତ୍ସା ଅବହେଳା ଯୋଗୁଁ ରୋଗୀଙ୍କ ମୃତ୍ୟୁ, ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଟାଙ୍ଗୀ : ଡାକ୍ତରଙ୍କ ଅବହେଳା ଯୋଗୁଁ ରୋଗୀ ମୃତ୍ୟୁ ଅଭିଯୋଗ ହୋଇଛି । ଯୁବକଙ୍କ ମୃତ୍ୟୁକୁ ନେଇ ଟାଙ୍ଗୀ ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟ ପରିସରରେ ଉତ୍ତେଜନା ଦେଖା ଦେଇଛି । ଯୁବକଙ୍କ ନାମ ସୋମନାଥ ପଲେଇ(୨୫) । ମୃତ୍ୟୁ ପରେ ଡାକ୍ତରଙ୍କ ଅବହେଳାକୁ ଦାୟୀ କରି ଆଉଟ ଡୋର ସମ୍ମୁଖରେ ଶତାଧିକ ଲୋକ ମେଡିକାଲକୁ ଘେରି ରହିଛନ୍ତି । ଫଳରେ ଆଉଟ ଡୋରରେ ରୋଗୀ ଚିକିତ୍ସା ବନ୍ଦ ରହିଛି।

ସୂଚନା ଅନୁସାରେ ଆଜି ସକାଳେ ମୃତ ଯୁବକର ପେଟ କାଟିବାରୁ ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆସିଥିଲେ । କାର୍ଯ୍ୟରତ ଡାକ୍ତର ବି ବି ବଳବନ୍ତରାୟ ତାଙ୍କୁ ୩ ରୁ ୪ ଟି ଇଞ୍ଜେକ୍ସନ ଦେଇଥିଲେ । ସେହି ସମୟରେ ଯୁବକ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଫଳରେ ଚାନ୍ଦପୁର ଥାନାରେ ପରିବାର ପକ୍ଷରୁ ଅଭିଯୋଗ କରାଯାଇଅଛି  । ପୋଲିସ ଘଟଣା ସ୍ଥଳରେ ପହଂଚି ଘଟଣା ଉପରେ ନଜର ରଖିଛି ।

 

ଆହୁରି ପଢ଼ନ୍ତୁ :  ଆସନ୍ତାକାଲି ବାଜିବ ସାଇରନ୍, ଜାଣନ୍ତୁ ଏହି ସମୟରେ ଭୟଭୀତ ନ ହୋଇ କରିବେ କଣ ?