ଅଧା ରାସ୍ତାରେ ଅଚଳ ହୋଇପଡିଲା ଆମ୍ବୁଲାନ୍ସ , ଦେଖୁ ଦେଖୁ ଝିଅ ସମ୍ମୁଖରେ ଚାଲିଗଲା ମା’ର ଜୀବନ
ସମ୍ବଲପୁର(କେନ୍ଯୁଜ୍): ରାସ୍ତାରେ ଅଚଳ ହୋଇପଡିଲା ଆମ୍ବୁଲାନ୍ସ । ଚାଲିଗଲା ରୋଗୀଙ୍କ ଜୀବନ । ଆମ୍ବୁଲାନ୍ସ ଭିତରେ ଝିଅ ସମ୍ମୁଖରେ ଚାଲିଗଲା ମା’ର ଜୀବନ । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ରେମେଡ଼ ଛକ ନିକଟ ଲେବେଲ କ୍ରସିଂଠାରେ ।
ଏକ ଆମ୍ବୁଲାନ୍ସ ଜଣେ ରୋଗୀଙ୍କୁ ଝାରସୁଗୁଡାରୁ ବୁର୍ଲା ଡାକ୍ତରଖାନାକୁ ନେଇ ଯାଉଥିବାବେଳେ ଲେବେଲ କ୍ରସିଂଠାରେ ହଠାତ୍ ଖରାପ ହୋଇପଡିଥିଲା । ଦୀର୍ଘ ଅଧ ଘଣ୍ଟା ଧରି ରୋଗୀ ଅଚଳ ଆମ୍ବୁଲାନ୍ସ ଭିତରେ ଜୀବନ ସହ ଲଢେଇ କରିଥିଲେ । ଅଧଘଣ୍ଟା ପରେ ଅନ୍ୟ ଏକ ଆମ୍ବୁଲାନ୍ସ ପହଞ୍ଚିବା ବେଳକୁ ରୋଗୀଙ୍କ ମୃତ୍ୟୁ ହୋଇଯାଇଥିବା ତାଙ୍କ ସ୍ୱାମୀ କହିଛନ୍ତି ।