ଡାକ୍ତରଖାନା ତାଜାରୁ ଉଦ୍ଧାର ହେଲେ ରୋଗୀ, ଡେଇଁ ପଡିବାକୁ ଦେଉଥିଲେ ଧମକ

ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟର ପଞ୍ଚମ ମହଲାକୁ ଚଢିଯାଇଥିଲେ ଜଣେ ମାନସିକ ରୋଗୀ । କେତେବେଳେ ବି ଜୀବନ ଚାଲିଯିବାର ଭୟ ଥିଲା । ତେବେ ଖବର ପାଇ ଅଗ୍ନିଶମ ବାହିନୀ ଡାକ୍ତରଖାନାରେ ପହଞ୍ଚି ରୋଗୀ ଜଣକୁ ଉଦ୍ଧାର କରିଛନ୍ତି।

ଝାରସୁଗୁଡ଼ା (କେନ୍ୟୁଜ): ଡାକ୍ତରଖାନା ତାଜାରୁ ଉଦ୍ଧାର ହେଲେ ରୋଗୀ। ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟର ପଞ୍ଚମ ମହଲାକୁ ଚଢିଯାଇଥିଲେ ଜଣେ ମାନସିକ ରୋଗୀ । କେତେବେଳେ ବି ଜୀବନ ଚାଲିଯିବାର ଭୟ ଥିଲା । ତେବେ ଖବର ପାଇ ଅଗ୍ନିଶମ ବାହିନୀ ଡାକ୍ତରଖାନାରେ ପହଞ୍ଚି ରୋଗୀ ଜଣକୁ ଉଦ୍ଧାର କରିଛନ୍ତି ।

ସୂଚନା ଅନୁଯାୟୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡରେ ଭର୍ତ୍ତି ହୋଇଥିବା ଜଣେ ରୋଗୀ ବିଳମ୍ବିତ ରାତିରେ ହସ୍ପିଟାଲ ଛାତରେ ଚଢି ବସି ରହିଥିଲା । ଉପରୁ ଡେଇଁ ପଡିବା ଧମକ ମଧ୍ୟ ଦେଉଥିଲା । ତାକୁ ଉଦ୍ଧାର କରିବାକୁ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତାକୁ ଉଦ୍ଧାର କରିଥିଲେ। ଛାତରେ ଚଢିଥିବା ରୋଗୀ ମାନସିକ ଭାରସାମ୍ୟ ହରାଇଥିବା ସୂଚନା ଦେଲେ ହସ୍ପିଟାଲ ମ୍ୟାନେଜର । ତେବେ ରୋଗୀଟି ସେଠାକୁ କେମିତି ଗଲା ତାହା ସ୍ପଷ୍ଟ ହୋଇ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.