ରାଜ୍ୟ

ପୁଣି ଖଟିଆରେ ବୁହା ହେଲେ ରୋଗୀ, ରାସ୍ତା ଖରାପ ଯୋଗୁଁ ଘର ପାଖକୁ ଯାଇପାରିଲାନି ଆମ୍ବୁଲାନ୍ସ

ଆନନ୍ଦପୁର(କେ ନ୍ୟୁଜ):  ପୁଣି ଖଟିଆରେ ବୁହା ହେଲେ ରୋଗୀ । ରାସ୍ତା ଖରାପ ଯୋଗୁଁ ଘର ପାଖକୁ ଯାଇପାରିଲାନି ଆମ୍ବୁଲାନ୍ସ । ପରିବାର ଲୋକ ଏବଂ ଆମ୍ବୁଲାନ୍ସ କର୍ମଚାରୀଙ୍କ ସହ ମିଶି ପାଖାପାଖି ୨ କିଲୋମିଟର ପର୍ଯ୍ୟନ୍ତ ବୋହିବା ପରେ ଆମ୍ବୁଲାନ୍ସରେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହେଲେ ଭାଲୁ ଆକ୍ରମଣରେ ଆହତ ବ୍ଯକ୍ତି । କେନ୍ଦୁଝର ଜିଲ୍ଲା ସୀମାନ୍ତ ଠାକୁରମୁଣ୍ଡା ବ୍ଲକ ଭାଲିଆଡାଳ ଗ୍ରାମର ସଲାଇ କାଣ୍ଡିଆ ଆଜି ସକାଳେ ଭାଲୁ ଆକ୍ରମଣରେ ଆହତ ହୋଇଥିଲେ ।

ଡ଼ାକ୍ତରଖାନା ନେବା ପାଇଁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସଙ୍କୁ ଖବର ଦେଇଥିଲେ । ଠିକ୍‌ ସମୟରେ ଆମ୍ବୁଲାନ୍ସ ଆସି ପହଞ୍ଚିଥିଲେ ମଧ୍ୟ ଖରାପ ରାସ୍ତା ଯୋଗୁଁ ସଲାଇ କାଣ୍ଡିଙ୍କ ଘର ପାଖକୁ ଆମ୍ବୁଲାନ୍ସ ଯାଇ ପାରିନଥିଲା । ଫଳରେ ଆମ୍ବୁଲାନ୍ସ କର୍ମଚାରୀ ଏବଂ ପରିବାର ଲୋକେ ଷ୍ଟ୍ରେଚରରେ ପାଖାପାଖି ୨ କିଲୋମିଟର ବୋହି ଆଣି ଥିଲେ । ପରେ ଆମ୍ବୁଲାନ୍ସ ଯୋଗେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

 

 

KNews Bureau

Recent Posts

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

4 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

32 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

51 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

59 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago