ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛାତରୁ ଡେଇଁ ପୁଣି ଜଣେ ରୋଗୀଙ୍କ ଆତ୍ମହତ୍ୟା

ଢେଙ୍କାନାଳ(କେନ୍ୟୁଜ୍) : ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛାତରୁ ଡେଇଁ ପୁଣି ଜଣେ ରୋଗୀଙ୍କ ଆତ୍ମହତ୍ୟା ଅଭିଯୋଗ। ଗନ୍ଦିଆଥାନା ଅନ୍ତର୍ଗତ ମହୁଲ ଖୋଳି ଗାଁର ଟୁନା ବେହେରା ଅସୁସ୍ଥ ହୋଇ ଗତକାଲି ରାତିରେ ଭେଷଜ ବିଭାଗରେ ଭର୍ତ୍ତି ହୋଇଥିଲେ । ଆଜି ସକାଳେ ସେ ଛାତ ଉପରକୁ ଯାଇ ଛଅ ମହଲାରୁ ତଳକୁ ଡେଇଁ ପଡିଥିଲେ । ତେବେ ଆତ୍ମହତ୍ୟାର କାରମ ଅସ୍ପଷ୍ଟ ରହିଛି। ଟାଉନ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି। ୪ ମାସତଳେ ମୁଖ୍ୟ ଚିକିତ୍ସାଳୟରେ ଏହି ପରି ଛାତରୁ ଡେଇଁ ଜଣେ ରୋଗୀ ଆତ୍ମହତ୍ୟା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.