ବାଲେଶ୍ୱର: ପଦାରେ ପଡିଲା ସ୍ୱାସ୍ଥ୍ୟ ସେବାର ଅସଲ ଚିତ୍ର ; ନର୍ସ ନୁହେଁ ସିକ୍ଯୁରିଟି ଗାର୍ଡ କରୁଛନ୍ତି ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

ବାଲେଶ୍ୱର (କେନ୍ୟୁଜ): ବାଲେଶ୍ୱର ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗର ବେପାରୁଆ ମନୋବୃତି ପଦାରେ ପଡ଼ିଛି । ଜଣେ ସିକ୍ଯୁରିଟି ଗାର୍ଡ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏ ଦୃଶ୍ଯ ହେଉଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ଚିକିତ୍ସାଳୟର ଦୃଶ୍ଯ । ଭିଡିଓ ରେ ଜଣେ ସିକ୍ଯୁରିଟି ଗାର୍ଡ କିଭଳି ଜଣ ଜଣ କରି ରୋଗୀ ମାନଙ୍କର ରକ୍ତଚାପ ପରୀକ୍ଷା କରୁଛନ୍ତି ଆଉ ଏକ ଖାତାରେ ମଧ୍ୟ ଲେଖୁଛନ୍ତି । ଯାହାକି ଜଣେ ନର୍ସ କିମ୍ବା ଡାକ୍ତର କରିବା କଥା ପ୍ରତିବଦଳରେ ଜଣେ ସିକ୍ଯୁରୀଟି ଗାର୍ଡର ହାତରେ ଏଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱକୁ ଟେକି ଦେଇଛନ୍ତି ବିଭାଗୀୟ ଡାକ୍ତର ମାନେ ।

ଏ ଦୃଶ୍ଯ ଥିଲା ଗତ ରବିବାର ମାନେ ଏକ ସପ୍ତାହ ତଳର ଅର୍ଥାତ ଗତ ୬/୧୧/୨୨ , ତାରିଖର । ଆଉ ଏହି ସିକ୍ଯୁରିଟି ଗାର୍ଡ ଜଣକ ହେଉଛନ୍ତି ମେଡିକାଲ ରେ କାର୍ଯ୍ଯରତ ସଦାନନ୍ଦ ମୁଖୀ ବୋଲି ଜଣାପଡିଛି । ସଦାନନ୍ଦ ଙ୍କୁ ସେଦିନ ଡିୟୁଟି ଥିବା ଡ଼ାକ୍ତର ନିଜେ ରୋଗୀଙ୍କ ବିପି ମାପିବା ପାଇଁ ପଠାଇଥିବା ଜଣାପଡ଼ିଛି । ତେବେ ଘଟଣା ପ୍ରଘଟ ବା ଭିଡିଓ ଟି ଅତି ମାତ୍ରାରେ ଭାଇରାଲ ହେବା ପରେ ଏବେ ନା ମେଡିକାଲ କର୍ତ୍ତୃପକ୍ଷ ଏ ବାବଦରେ ମୁହଁ ଖୋଲୁଛନ୍ତି ନା ସଂପୃକ୍ତ ସିକ୍ଯୁରିଟିି ଗାର୍ଡ ମୁହଁ ଖୋଲିଛନ୍ତି ।କେହି ମଧ୍ୟ ଘଟଣା ବାବଦରେ ସ୍ପଷ୍ଟ ଉତ୍ତର ଦେଇ ନାହାନ୍ତି । ତେବେ ସବୁଠାରୁ ଗମ୍ଭୀର କଥା ହେଉଛି ଏହି ମେଡିକାଲ ଉପରେ ର୍ନିଭର କରୁଥିବା ହଜାର ହଜାର ରୋଗୀ ଆଗକୁ କାହା ଭରଷାରେ ଆଉ ମେଡ଼ିକାଲ ଆସିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.