ଗରିବ ରୋଗୀଙ୍କ ପାଇଁ ୧ ଟଙ୍କାରେ ଦନ୍ତ ଚିକିତ୍ସା ଆରମ୍ଭ କରିଛନ୍ତି ଡ. ଶଙ୍କର ରାମଚନ୍ଦାନୀ

କଥାରେ କୁହନ୍ତି ମାନବ ସେବା ହିଁ ମାଧବ ସେବା। ହେଲେ ଆଜିର ଏ ସ୍ବାର୍ଥପର ଦୁନିଆରେ ଖୁବ୍ କମ୍ ଲୋକ ସେବା ମନୋବୃତ୍ତିର ହୋଇଥାଆନ୍ତି । ସେବା ତ ଦୂରର କଥା ବିପଦରେ ପଡ଼ିଥିଲେ ମଧ୍ୟ ଚାହାଁନ୍ତିନି । କିନ୍ତୁ ଏମିତି ଜଣେ ବ୍ୟକ୍ତି ବିଷୟରେ ଆମେ କହିବାକୁ ଯାଉଛୁ ଯିଏ ଏକ ଟଙ୍କାରେ ରୋଗୀକୁ ସେବା ଯୋଗାଇବେ ।
ହଁ ଆଜ୍ଞା, ଏକ ଟଙ୍କିଆ କ୍ଲିନିକରେ ଯୋଡି ହେଲା ଆଉ ଏକ ସେବା । ଆଜି ଠୁ ୧ ଟଙ୍କାରେ ଦନ୍ତ ଚିକିତ୍ସା ପାଇବେ ରୋଗୀ । ଗରିବ ରୋଗୀଙ୍କ ପାଇଁ ଡ ଶଙ୍କର ରାମଚନ୍ଦାନୀ ୧ ଟଙ୍କାରେ ଦନ୍ତ ଚିକିତ୍ସା ଆରମ୍ଭ କରିଛନ୍ତି । ଅତ୍ୟାଧୁନିକ ମେସିନ ସାହାଯ୍ୟରେ ଦନ୍ତ ଚିକିତ୍ସା କରିବେ ଶଙ୍କରଙ୍କ ଧର୍ମପତ୍ନୀ ଡ.ଶିଖା । ପୁର୍ଵରୁ ଡ.ଶଙ୍କର ରାମଚନ୍ଦାନୀ ଭାରତରେ ପ୍ରଥମ ଏକ ଟଙ୍କିଆ କ୍ଲିନିକ ଖୋଲି ବିଭିନ୍ନ ସ୍ଵାସ୍ଥ୍ୟ ସେଵା ଯୋଗାଉଛନ୍ତି । ଏବେ ଯୋଡି ହେଲା ଆଉ ଏକ ଟଙ୍କିଆ ଦନ୍ତ ଚିକିତ୍ସା କେନ୍ଦ୍ର । ରାମଚନ୍ଦାନୀ କହିଛନ୍ତି ନିଜ ମାଁଙ୍କ ସ୍ବପ୍ନ ଟଙ୍କିକିଆ କ୍ଲିନିକ କରିଥିବା ବେଳେ ତାଙ୍କ ସ୍ମୃତିରେ ଏହି ଦନ୍ତ ଚିକିତ୍ସା ଆରମ୍ଭ କରିଥିବା କହିଛନ୍ତି । ତେବେ ଲୋକଙ୍କ ସମସ୍ୟାକୁ ଦେଖି ଶଙ୍କରଙ୍କ ସ୍ତ୍ରୀ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି l
ତେବେ ଟଙ୍କିକିଆ କ୍ଲିନିକରେ ପୁର୍ବରୁ ସ୍ଵାସ୍ଥ୍ୟ ସେଵା ଯୋଗାଇଦେଵା ସହ ପର୍ଯ୍ୟାୟ କ୍ରମେ ଏକ ଟଙ୍କିଆ ECG, ନେବୁଲାଇଜର, ଆଶା ବାଡି , ରାତ୍ରୀ ରହଣୀ ସେବା ରହିଥିବା ବେଳେ ଏବେଠୁ ଦନ୍ତ ଚିକିତ୍ସା ସୁବିଧା ମିଲିବ । ଦୀର୍ଘ ୪ ବର୍ଷ ହେବ ଟଙ୍କିଆ କ୍ଲିନିକରେ ୮୮ ହଜାରରୁ ଊର୍ଦ୍ଧ୍ବ ରୋଗୀ ଚିକିତ୍ସା ପାଇଲେଣି । ଏଭଳି ନିରନ୍ତର ଭାବେ ଚିକିତ୍ସା ମିଳିଥିବା ଯୋଗୁଁ ରୋଗୀ ତଥା ତାଙ୍କ ପରିଜନ ବେଶ୍ ଖୁସି ହୋଇଛନ୍ତି । ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଏହି ଟଙ୍କିକିଆ କ୍ଲିନିକ ଜାରି ରହିଛି । ଲୋକଙ୍କ ସହଯୋଗ ଓ ଭଗବାନଙ୍କ ଆର୍ଶିବାଦ ଯୋଗୁ ଆଗକୁ ଟଙ୍କିକିଆ କ୍ଲିନିକରେ ଆହୁରି ସେବା ଯୋଗାଇବା ପାଇଁ ପଦକ୍ଷେପ ନେବେ ବୋଲି କହିଛନ୍ତି ।
Also Read:ଆସନ୍ତାକାଲି କଟକରେ ଶୁଭାରମ୍ଭ ହେବ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା ଯୋଜନା, ଶୁଭାରମ୍ଭ କରିବେ କେନ୍ଦ୍ର…