ପାଟକୁରା ନିର୍ବାଚନ ଓ ବିଜେପୁର ଉପନିର୍ବାଚନ ପାଇଁ ବିଜେଡିର କସରତ, ନବୀନ ନିବାସରେ ରଣନୀତି ବୈଠକ

ଭୁବନେଶ୍ବର(କେନ୍ୟୁଜ୍) : ପାଟକୁରା ନିର୍ବାଚନ ଓ ବିଜେପୁର ଉପନିର୍ବାଚନ ପାଇଁ ବିଜେଡିର କସରତ ଜାରି ରହିଛି। ଏନେଇ ଗତକାଲି ନବୀନ ନିବାସରେ ରଣନୀତି ବୈଠକ ବସିଥିଲା। ବୈଠକରେ ବହୁ ବରିଷ୍ଠ ନେତା ଯୋଗଦେଇଥିଲେ। ପାଟକୁରା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିବାବେଳେ ବିଜେପୁର ପାଇଁ କିଏ ହେବ ପ୍ରାର୍ଥୀ ସେନେଇ କସରତ ଜାରି ରହିଛି। ବିଜେପୁର ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦେବା ପରେ ଏହି ଆସନରେ ଖୁବ୍‌ଶୀଘ୍ର ଉପନିର୍ବାଚନ ହେବ। ତେବେ ବିଜେପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇନଥିବାବେଳେ ଆଶାୟୀ ନେତାଙ୍କ ସଂଖ୍ୟା ବଢିବାରେ ଲାଗିଛି।