ସରିଲା ପାଟକୁରା ଆସନ ପାଇଁ ଭୋଟିଂ, ଇଭିଏମରେ ସିଲ୍‌ ହେଲା ୧୦ ପ୍ରାର୍ଥୀଙ୍କ ଭାଗ୍ୟ

ସରିଲା ପାଟକୁରା ବିଧାନସଭା ନିର୍ବାଚନ। ସକାଳେ ବର୍ଷା ହେବା ସତ୍ୱେ ଭୋଟରମାନେ ଆଗ୍ରହର ସହ ଲମ୍ବାଧାଡିରେ ଛି଼ଡା ହୋଇ ମତଦାନ କରିଛନ୍ତି। ବିଶେଷକରି ମହିଳା, ଯୁବ ଭୋଟର ଓ ବରିଷ୍ଠ ନାଗରିକଙ୍କ ମଧ୍ୟରେ ମତଦାନ ପାଇଁ ପ୍ରବଳ ଉତ୍ସାହ ଦେଖାଦେଇଛି। ବର୍ଷାରେ ଭିଜିଭିଜି ଭୋଟର ପୋଲିଂ ବୁଥକୁ ଆସୁଥିବା ଦେଖିବାକୁ ମିଳିଥିଲା। ବର୍ଷା ପାଇଁ ପ୍ରଥମେ କମ ସଂଖ୍ୟାରେ ଭୋଟର ଆସିଥିବା ବେଳେ ପରେ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା।

ଆହୁରି ପଢନ୍ତୁ: ଚନ୍ଦ୍ରକୁ ମାନବ ମିଶନ, ଭାରତ ଆରମ୍ଭ କଲା ଗଗନାୟନ ମିଶନ

କେତେକ ସ୍ଥାନରେ ଆଜି ଭୋଟିଂ ବେଳେ ଇଭିଏମରେ ତ୍ରୁଟି ଦେଖାଯାଇଥିଲା। ପାଟକୁରାର ୨୮୬ ଓ ୨୯୭ ନଂ ବୁଥରେ ଇଭିଏମର ତ୍ରୁଟି ସଜାଡ଼ିବା ପରେ ମତଦାନ ଆରମ୍ଭ ହୋଇଥିଲା। ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ହୋଇଥିଲା ମତଦାନ।

ଆହୁରି ପଢନ୍ତୁ: ଚୀନରେ ଗ୍ୟାସ୍ ପ୍ଲାଣ୍ଟ ବିସ୍ଫୋରଣ, ୧୦ ମୃତ ଅନେକ ଆହତ

ପାଟକୁରା ନିର୍ବାଚନରେ ୧୦ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଥିଲେ ମଧ୍ୟ ବିଜେଡି ଓ ବିଜେପି ମଧ୍ୟରେ ଚାଲିଛି ସିଧାସଳଖ ଲଢେଇ। ନବୀନଙ୍କ ନିର୍ମଳ ଭାବମୂର୍ତ୍ତି ଓ ବିକାଶକୁ ନେଇ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ନିର୍ବାଚନ ରଣାଙ୍ଗନରେ ଓହ୍ଲାଇଥିବା ବେଳେ ପରିବର୍ତ୍ତନ ସ୍ଲୋଗାନ ସହ ସ୍ୱାଭିମାନକୁ ନେଇ ଲଢିଥିଲେ ବିଜୟ ମହାପାତ୍ର। ବିଜେଡି ପାଇଁ ନବୀନଙ୍କ ସହ ବହୁ ମନ୍ତ୍ରୀ ପ୍ରଚାର କରିଥିଲେ। ବିଜେପି ପାଇଁ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ସହ ବହୁ ବରିଷ୍ଠ ନେତା କ୍ୟାମ୍ପେନ କରିଥିଲେ। ସେହିପରି କଂଗ୍ରେସର ପ୍ରାର୍ଥୀ ଜୟନ୍ତ ମହାନ୍ତି ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରୁୁଛନ୍ତି। ଗରଦପୁର ବ୍ଲକ ତାଲକୁସୁମାର ୨୬୪ନଂ ବୁଥରେ ଭୋଟ ଦେଇଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର। ସେହିପରି ସାନ ଓଡ଼ଙ୍ଗାର ୨୩୦ନଂ ବୁଥରେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଭୋଟ ଦେଇଛନ୍ତି ବିଧାୟକ ଅତନୁ ସବ୍ୟସାଚୀ ନାୟକ।

ଆହୁରି ପଢନ୍ତୁ: ସରକାରୀ ହସ୍ପିଟାଲକୁ ଚିକିତ୍ସା ପାଇଁ ଗଲେ ଡ଼ିଏମଙ୍କ ପତ୍ନୀ,ସରକାରୀ ବ୍ୟବସ୍ଥା ଦେଖି ହୋଇଗଲେ ହତବାକ

ସାଧାରଣ ନିର୍ବାଚନରେ ଚତୁର୍ଥ ପର୍ଯ୍ୟାୟରେ ପାଟକୁରା ଆସନ ପାଇଁ ତାରିଖ ଘୋଷଣା ହୋଇଥିଲା। କିନ୍ତୁ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ନିଧନ ଓ ପରେ ଫନି ଯୋଗୁଁ ନିର୍ବାଚନ ବିଳମ୍ବରେ ହୋଇଥିଲା। ଆସନ୍ତା ୨୪ତାରିଖରେ ହେବ ଭୋଟଗଣତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.