ବଲାଙ୍ଗିର ପାଟଣାଗଡ ଗଣହତ୍ୟା ମାମଲା : ଏପର୍ଯ୍ୟନ୍ତ ଗିରଫ ହେଲେ ୭ ଅଭିଯୁକ୍ତ ୨ ଫେରାର, ସୂଚନା ଦେଲେ ବଲାଙ୍ଗୀର ଏସ୍‌ପି

କେନ୍ୟୁଜ ବ୍ୟୁରୋ : ବଲାଙ୍ଗିର ପାଟଣାଗଡ ଗଣହତ୍ୟାା ମାମଲାର ପର୍ଦ୍ଦାଫାସ । ଗଣହତ୍ୟାରେ ରହିଛି ୯ ଜଣଙ୍କ ସମ୍ପୃକ୍ତି । ଏପର୍ଯ୍ୟନ୍ତ ୭ ଅଭିଯୁକ୍ତ ଗିରଫ କରାଯାଇଛି । ଆଉ ୨ ଜଣ ଫେରାର ଥିବା ସୂଚନା ଦେଲେ ବଲାଙ୍ଗୀର ଏସ୍‌ପି ସନ୍ଦୀପ ମାଡକର । ହତ୍ୟାରେ ବ୍ୟବହୃତ ହୋଇଥିବା ମାରଣାସ୍ତ୍ର ଜବତ କରିଛି ପୋଲିସ । ଏହାସହ ୨ଟି ଲୁନା, ଗୋଟିଏ ବାଇକ ଓ ୬ଟି ମୋବାଇଲ ଜବତ ହୋଇଛି । ଗତ ୧୦ ତାରିଖ ବିଳମ୍ବିତ ରାତିରେ କୁସୁମପଡାର ଜାନୀ ପରିବାରର ୬ ଜଣଙ୍କ ମୃତଦେହ ମିଳିଥିଲା। ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଘଟିଥିଲା ହତ୍ୟାକାଣ୍ଡ।

ସୂଚନାଯୋଗ୍ୟ ଯେ ଗତ 10 ତାରିଖରେ ପାଟଣାଗଡ କୁସୁମପଡ଼ାର ଜାନୀ ପରିବାରର 6 ଜଣଙ୍କୁ ହତ୍ୟା କରିଥିଲେ ହତ୍ୟାକାରୀ । ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସର ସ୍ୱତନ୍ତ୍ର ଟିମ ଗଠନ ହୋଇଥଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.