ଅଧ୍ୟାପକରୁ ଅପରାଧୀ : ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲଙ୍କୁ ନେଇ ଚାଲିଛି ସିନେମା ‘ପାଟଣାଗଡ଼’

ସୁଟିଂ ଚାଲିଛି ଓଡ଼ିଆ ସିନେମା ‘ପାଟଣାଗଡ଼’ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ର ବହୁଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଉପରେ ଫିଲ୍ମର କାହାଣୀ ଆଧାରିତ । ବିବାହରେ ମିଳିଥିବା ଗିଫ୍ଟ ପାର୍ସଲ ଖୋଲିବା ବେଳେ କିଭଳି ବିସ୍ଫୋରଣ ଘଟି ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା, ତାହା ସୁଟିଂ କରାଯାଇଛି । ଦୁଇଟି ଭାଷାରେ ନିର୍ମାଣ ହେଉଥିବା ଏହି ଫିଲ୍ମରେ ଅଭିନୟ କରୁଛନ୍ତି ବହୁ ବରିଷ୍ଠ କଳାକାର ।

ସିନେମାଟି ନିଚ୍ଛକ ସତ କାହାଣୀକୁ ନେଇ ନିର୍ମାଣ ହେଉଛି । ଖଳନାୟକ ପୁଞ୍ଜିଲାଲ୍‌ଙ୍କ ଭୂମିକାରେ ଅଛନ୍ତି ମନୋଜ ମିଶ୍ର । କ୍ରାଇମ୍‌ବ୍ରାଞ୍ଚ୍‌ ଆଇଜିଙ୍କ ଭୂମିକା ନିଭାଉଛନ୍ତି ବଲିଉଡ୍‌ ଅଭିନେତା ଅତୁଲ କୁଲକର୍ଣ୍ଣି । ସିନେମାର ବିଭିନ୍ନ ଦୃଶ୍ୟ ଭୁବନେଶ୍ୱର ଓ ନୟାଗଡ଼ ସମେତ ରାଜ୍ୟ ବାହାରେ ସୁଟିଂ ହେବ । ଅଗଷ୍ଟ ୧୫ସୁଦ୍ଧା ଫିଲ୍ମର ସୁଟିଂ ଶେଷ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।

ରେଞ୍ଜ୍‌ ରୟାଲ ସିନେ ଲ୍ୟାବ୍‌ ବ୍ୟାନରରେ ନିର୍ମିତ ଏହି ସିନେମାର ପ୍ରଯୋଜକ ଅଛନ୍ତି ଶ୍ରୀଧର ମାର୍ଥା । ବଲିଉଡ କଳାକାର ଅତୁଲ କୁଲକର୍ଣ୍ଣି ସିନେମାରେ କ୍ରାଇମ୍‌ବ୍ରାଞ୍ଚ୍‌ ଆଇଜି ଅରୁଣ ବୋଥ୍ରାଙ୍କ ଭୂମିକା ନିଭାଉ ଥିବାବେଳେ ପୁଞ୍ଜିଲାଲ୍‌ ଭୂମିକାରେ ଅଭିନୟ କରୁଛନ୍ତି ମନୋଜ ମିଶ୍ର । ସିନେମାର ମିଡିଆ ପାର୍ଟନର ଅଛି କଳିଙ୍ଗ ଟିଭି ।

ଗତ ଫେବ୍ରୁଆରୀ ୨୩ ତାରିଖରେ ବଲାଙ୍ଗିର ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ହୋଇଥିଲା । ପ୍ରାଣ ହରାଇଥିଲେ ନବବିବାହିତ ସୌମ୍ୟଶେଖର ଓ ତାଙ୍କ ଜେଜେ ମା’ । ଆହତ ହୋଇଥିଲେ ନବବଧୂ ରିମା ସାହୁ । ଏହି ଘଟଣାର ତଦନ୍ତ ପ୍ରଥମେ କରିଥିଲା ବଲାଙ୍ଗିର ପୋଲିସ । ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ କରୁଛି । ଘଟଣାର ମାଷ୍ଟର ମାଇଣ୍ଡ ଅଧ୍ୟାପକ ପୁଞ୍ଜିଲାଲ୍‌ ମେହେରଙ୍କୁ ଗିରଫ କରି ଜେଲ ପଠାଇଛି କ୍ରାଇମ୍‌ବ୍ରାଞ୍ଚ୍‌ । ଏହି ଘଟଣାକୁ ନେଇ ନିର୍ମାଣ ହେଉଛି ଫିଲ୍ମ ‘ପାଟଣାଗଡ଼’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.