କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଓ ରାଜନଗର ବାସୀଙ୍କୁ ମିଳିବ ବିଶୁଦ୍ଧ ପାନୀୟ ଜଳ

ରାଜନଗର(କେନ୍ୟୁଜ୍):  କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଓ ରାଜନଗର ବାସୀଙ୍କୁ ମିଳିବ ବିଶୁଦ୍ଧ ପାନୀୟ ଜଳ । ପଟ୍ଟାମୁଣ୍ଡାଇ ସଂସାରଫଳ ଠାରେ ପଟ୍ଟାମୁଣ୍ଡାଇ ବ୍ଲକର ୯ ଓ ରାଜନଗର ବ୍ଲକର ୨୯ ମୋଟ ୩୮ ପଞ୍ଚାୟତ ପାଇଁ ୨୮୩ ଓ ପଟ୍ଟାମୁଣ୍ଡାଇ ଗୋବିନ୍ଦପୁର ଠାରେ ପଟ୍ଟାମୁଣ୍ଡାଇ ବ୍ଲକ ର ୨୦ଟି ପଞ୍ଚାୟତ ପାଇଁ ୧୨୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଏହା ସହ ରାଜନଗର ବ୍ଲକ ନଳିତାପାଟିଆ ଠାରୁ ତାଳଚୁଆ ପର୍ଯ୍ୟନ୍ତ ବନ୍ୟା ଓ ବାତ୍ୟା ପ୍ରତିରୋଧକ ରାସ୍ତା ନିର୍ମାଣ ପାଇଁ ୫୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଗତକାଲି ଏହି ପ୍ରକଳ୍ପ ରାଜ୍ୟ କ୍ୟାବିନେଟ ରେ ମୋହର ବାଜିବା ପରେ ରାଜନଗର ନିର୍ବାଚନ ମଣ୍ଡଳୀ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଏହା ଦ୍ବାରା ରାଜନଗର ଓ ପଟ୍ଟାମୁଣ୍ଡାଇ ବ୍ଲକ ରେ ଥିବା ପାନୀୟ ଜଳ ସମସ୍ୟା ସମାଧାନ ହୋଇପାରିବ । ଏହି କାର୍ଯ୍ୟ ୨ ବର୍ଷ ମଧ୍ୟରେ ଶେଷ ହେବ ବୋଲି ରାଜନଗର ବିଧାୟକ ଧ୍ରୁବ ସାହୁ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.