ଶିକ୍ଷା ପାଇଁ ମାରାଥନ, ମହିଳାମାନେ ପାଟ ଶାଢ଼ୀ ପିନ୍ଧି ‘ପାଟାଥନ’ରେ ନେବେ ଭାଗ

ଭୁବନେଶ୍ୱର : ସମସ୍ତଙ୍କ ପାଇଁ ଶିକ୍ଷା । ଏହି ଉଦ୍ଦେଶ୍ୟରେ ଆଜି ଦୌଡ଼ିବ ସାରା ଓଡ଼ିଶା । ପ୍ରତିବର୍ଷ କିଟ୍ ଓ କିସ୍ ପକ୍ଷରୁ ଜାନୁଆରୀ ମାସର ଶେଷ ରବିବାର ଏକ ମିନି ମାରାଥନର ଆୟୋଜନ କରାଯାଇଥାଏ । ଚଳିତ ବର୍ଷ ଶେଷ ରବିବାର ସାଧାରଣତନ୍ତ୍ର ଦିବସ ପଡୁଥିବାରୁ ୨୫ ତାରିଖ ଶନିବାର ଏହା ଆୟୋଜିତ ହେଉଛି । ଚଳିତ ବର୍ଷ ମଧ୍ଯ “ ସମସ୍ତଙ୍କ ପାଇଁ ଶିକ୍ଷା ବାର୍ତ୍ତା ନେଇ ଆଜି ଓଡ଼ିଶାର ସମସ୍ତ ୩୦ ଜିଲ୍ଲା ଏବଂ ଭାରତର ମେଟ୍ରୋ ସହରଗୁଡ଼ିକରେ ଏହି ମିନି ମାରାଥନ ଆୟୋଜନ କରାଯାଉଛି । ‘ ସମସ୍ତଙ୍କ ପାଇଁ ଶିକ୍ଷା’ ଲକ୍ଷ୍ୟ ନେଇ ସାଧାରଣରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କିଟ୍ , କିସ୍ ଓ କିମ୍ ସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ୨ ୦ ୧ ୬ ମସିହାରୁ ଏହି ପ୍ରୟାସ ଆରମ୍ଭ କରିଛନ୍ତି।
ଚଳିତ ବର୍ଷ ଆୟୋଜିତ ହୋଇଛି ସପ୍ତମ ମନି ମାରାଥନ। ଡ. ଅଚ୍ୟୁତ ସାମନ୍ତ ବିଶ୍ଵାସ କରନ୍ତି, ଦାରିଦ୍ର୍ୟ ହେତୁ କୌଣସି ପିଲା ଶିକ୍ଷାରୁ ବଞ୍ଚିତ ନ ହେଉ। ସେଥିଲାଗି ସେ ସର୍ବଦା ପ୍ରୟାସ ଜାରି ରଖିଛନ୍ତି। ସମସ୍ତଙ୍କ ପାଇଁ ଶିକ୍ଷା ପ୍ରସାର ଦିଗରେ ସେ ନିଜକୁ ସମର୍ପିତ କରିଦେଇଛନ୍ତି। ଏହି ଅଭିଯାନର ଏକ ଅଂଶ ଭାବରେ, ସେ ଆର୍ଟ ଅଫ୍ ଗିଭିଂ” ଅଧୀନରେ ‘ ସମସ୍ତଙ୍କ ପାଇଁ ଶିକ୍ଷା” ଅଭିଯାନ ଏବଂ ଆନ୍ଦୋଳନ ଆରମ୍ଭ କରିଥିଲେ। ଏହି ଅଭିଯାନରେ ମିନି ମାରାଥନ୍ ହେଉଛି ଏକ ଶକ୍ତିଶାଳୀ ପ୍ରତୀକାତ୍ମକ କାର୍ଯ୍ୟକ୍ରମ ।
ଶିକ୍ଷା ରଥକୁ ଆଗକୁ ଭିଡ଼ି ନେବାରେ ମହିଳାଙ୍କ ବଡ଼ ଅବଦାନ ଓ ଭୂମିକା ରହିଛି। ସମସ୍ତଙ୍କ ପାଇଁ ଶିକ୍ଷା ସହ ମହିଳା ସଶକ୍ତିକରଣ ଲକ୍ଷ୍ୟରେ ଚଳିତ ବର୍ଷ ମଧ୍ୟ ଭୁବନେଶ୍ୱରରେ ଆୟୋଜିତ ହେଉଛି ପାଟାଥନ। ଗତବର୍ଷଠାରୁ ନିଆରା ଢଙ୍ଗରେ ପାଟାଥନର ଆୟୋଜନ ହେଉଛି । ଚଳିତ ବର୍ଷ ପାଟାଥନର ଏହା ହେଉଛି ଦ୍ବିତୀୟ ସଂସ୍କରଣ । ମହିଳାମାନେ ପାଟ ଶାଢ଼ୀ ପିନ୍ଧି ପାଟାଥନରେ ଭାଗନେବେ । କିଟ୍ ଗୁଣ୍ଡିଚା ମନ୍ଦିର ନିକଟ ଶିଖରଚଣ୍ଡି ଛକଠାରୁ ଆରମ୍ଭ ହୋଇ ଦୂତୀ ଚାନ୍ଦ ଷ୍ଟାଡିୟମ ପର୍ଯ୍ୟନ୍ତ ଦୌଡ଼ିବେ ମହିଳା । ଫିଟନେସ୍ ରହିବା ସହ ଶିକ୍ଷା ସମସ୍ତଙ୍କ ପାଇଁ ଜରୁରୀ, ଏହି ବାର୍ତ୍ତା ସହ ସଶକ୍ତୀକରଣ ଓ ଏକତାର ବାର୍ତ୍ତା ଦେଉଛି ମିନି ମାରାଥନ ଓ ପାଟାଥନ ।
ଆହୁରି ପଢନ୍ତୁ : ୫୨ବର୍ଷର ରେକର୍ଡ ଭାଙ୍ଗିଲା ତାତି, କୋରାପୁଟରେ ସର୍ବୋଚ୍ଚ ତାପମାତ୍ରା ୩୩ .୨ଡିଗ୍ରୀ