ବଡ଼ବଡୁଆ ଡାକରେ କମ୍ପିଲା ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର ଆଗରେ କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକିଲେ

ପୁରୀ : ବଡ଼ବଡୁଆ ଡାକରେ କମ୍ପିଲା ଶ୍ରୀକ୍ଷେତ୍ର । ପୁରୀ ଶ୍ରୀମନ୍ଦିର ଆଗରେ ଆଜି ଲୋକମାନେ କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକିଛନ୍ତି । ପିତୃପକ୍ଷରେ ମର୍ତ୍ତ୍ୟଲୋକରୁ ଆସିଥିବା ପିତୃପୁରୁଷଙ୍କୁ ଦୀପାବଳିରେ ଆଲୋକର ମାର୍ଗ ଦେଖାଇ ମେଲାଣି ଦେଇଛନ୍ତି  । ଦୀପାବଳି ପାଇଁ ଶ୍ରୀକ୍ଷେତ୍ରରେ ଗହଳିଚହଳି ଲାଗି ରହିଛି । ତିଥିକୁ ନେଇ ଦ୍ବନ୍ଦ୍ବ ଭିତରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପୟାଶ୍ରାଦ୍ଧ ଅନୁଷ୍ଠିତ ହୋଇଛି ।

ଆସନ୍ତାକାଲି ଶ୍ରୀମନ୍ଦିରରେ ଦୀପାବଳି ଅମାବାସ୍ୟା ନୀତି ଅନୁଷ୍ଠିତ ହେବ । ନଭେମ୍ବର ୧ ତାରିଖ ଦିନ ହିଁ ପିତୃ ପୁରୁଷଙ୍କ ଉଭେଶ୍ୟର ଦୀପଦାନ ଓ ପୟା ଶ୍ରାଦ୍ଧ କରାଯିବନେଇ ସୂଚନା ଦେଇଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ l ପୟା ଶ୍ରାଦ୍ଧ, ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ୨୬ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଛନ୍ତି । ୩ ଜଣ ଅତିରିକ୍ତ ଏସପି,୧୧ ଡ଼ିଏସପି ଓ ୧୮ ଜଣ ଇନ୍ସପେକ୍ଟର ମୁତୟନ ରହିଛନ୍ତି । ପୁରୀ ଏସପି ଭିନିତ ଅଗ୍ରୱାଲ ଶ୍ରୀମନ୍ଦିର ନିକଟକୁ ଯାଇ ସମସ୍ତ ବ୍ୟବସ୍ଥା ସମୀକ୍ଷା କରିଥିଲେ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like