ଚଳିତ ମାସ ସୁଦ୍ଧା ୫୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ : ପିସିସି ସଭାପତି

ଭୁବନେଶ୍ବର : ସାଧାରଣ ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି ଜୋରଦାର । ଚଳିତ ମାସ ସୁଦ୍ଧା ୫୦ଟି ବିଧାନସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିବ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି । ସେହପରି ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି । ପିସିସି ନିର୍ବାଚନ କମିଟିରେ ଆଲୋଚନା ପରେ ପ୍ରଥମ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ । ଅପରାଧ ପୃଷ୍ଠଭୂମି ନଥିବା ଓ ବିଜୟ ସମ୍ଭାବାନା ଥିବା ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦିଆଯିବ । ପ୍ରାର୍ଥୀଙ୍କ କାର୍ୟ୍ୟର ସମୀକ୍ଷା କରି ପୁନର୍ବିଚାର କରାଯାଇପାରେ ବୋଲି ନିରଞ୍ଜନ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.