ଅକ୍ଟୋବର ୪ରୁ ଖୋଲିବ ନନ୍ଦନକାନନ ଓ ବଟନିକାଲ ଗାର୍ଡେନ, କଡ଼ାକଡ଼ି କୋଭିଡ ନିୟମରେ ପର୍ଯ୍ୟଟକଙ୍କୁ ଭିତରକୁ ଛଡାଯିବ

କେନ୍ୟୁଜ୍(ବ୍ୟୁରୋ): ଆସନ୍ତା ଅକ୍ଟୋବର ୪ରୁ ଖୋଲିବ ନନ୍ଦନକାନନ ଓ ବଟନିକାଲ ଗାର୍ଡେନ। ଏହି ସୂଚନା ଦେଇଛନ୍ତି ନନ୍ଦନକାନନର ଉନନିର୍ଦ୍ଦେଶକ।କରୋନା ସଂକ୍ରମଣ ପାଇଁ ବହୁଦିନ ହେବ ବନ୍ଦହୋଇଥିଲା ନନ୍ଦନକାନନ। ତେବେ କରୋନା କଟକଣାକୁ କଡାକଡି ପାଳନ କରାଯାଇ ନନ୍ଦନକାନନକୁ ପର୍ଯ୍ୟଟକଙ୍କୁ ଭିତରକୁ ଛଡାଯିବ ବୋଲି ପିସିସିଏଫ ହରିଶଙ୍କର ଉପଧ୍ୟାୟ କହିଛନ୍ତି।
ଯେଉଁ ପର୍ଯ୍ୟଟକମାନେ ମାସ୍କ ପିନ୍ଧିବେ ସେମାନଙ୍କୁ ଭିତରକୁ ପ୍ରବେଶର ଅନୁମତି ମିଳିବ । ସେହିଭଳି ପ୍ରତି ପର୍ଯ୍ୟଟକଙ୍କୁ କୌଣସି ଏନକ୍ଲେଜର ଛୁଇଁବାକୁ ଅନମତି ଦିଆଯିବ ନାହିଁ। ଏକକାଳୀନ କେତେ ପର୍ଯ୍ୟଟକଙ୍କୁ ଛଡାଯିବ ସେନେଇ ବିଚାରବିମର୍ଶ ଚାଲିଥିବାର କହିଛନ୍ତି ପିସିସିଏଫ ହରିଶଙ୍କର ଉପଧ୍ୟାୟ।