ସାତକୋଶିଆକୁ ଖୁବଶୀଘ୍ର ଆସିବେ ମହାବଳ,ସୂଚନା ଦେଇଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦ

ସାତକୋଶିଆକୁ ଖୁବଶୀଘ୍ର ଆସିବେ ମହାବଳ। ବ୍ୟାଘ୍ର ଅଭୟାରଣ୍ଯକୁ ୧୨ ରୁ ୧୬ ମହାବଳ ବାଘ ଅଣାଯିବ । ପାଞ୍ଚ ବର୍ଷରେ ପର୍ଯ୍ୟାୟକ୍ରମେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ମହାବଳ ବାଘ ଅଣାଯିବ ବୋଲି ସୂଚନା ଦେଇଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦ । ଏଥିପାଇଁ ବନ ବିଭାଗ ଭିତ୍ତିଭୂମି ସୁଦୃଢ଼ କରିଛି । ସୁନ୍ଦରୀ କୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଭୁଲ ବୁଝାମଣା ଥିଲା । ବର୍ତ୍ତମାନ ଜନପ୍ରତିନିଧି ସ୍ଥାନୀୟ ଲୋକଙ୍କ ସହଯୋଗ, ସହମତି ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ଘୁମଶୁରରେ ଦେଖା ଦେଇଥିବା ମହାବଳକୁ ସୁରକ୍ଷା ଦେବା ପାଇଁ ବନବିଭଗ ସଜାଗ ରହିଛି । ମହାରାଷ୍ଟ୍ରରୁ ହଜାର ହଜାର କିଲୋମିଟର ଦୂର ଆସିଥିଲେ ବି କାହାରି କିଛି କ୍ଷତି କରିନାହିଁ ।
ସ୍ୱତନ୍ତ୍ର ଟିମ ତାର ଗତିବିଧି ଉପରେ ନଜର ରଖିଛନ୍ତି । ଏପଟେ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ୧୨ଟି ପାଟ୍ରୋଲିଂ ଭ୍ୟାନ। ବାଲୁଖଣ୍ଡ ଓ କପିଳାସ ଅଭୟାରଣ୍ୟକୁ ମଧ୍ୟ ମିଳିଲା ପାଟ୍ରୋଲିଂ ଭ୍ୟାନ। ରେଞ୍ଜ ଅଫିସଗୁଡ଼ିକର ଦକ୍ଷତା ବୃଦ୍ଧି ପାଇଁ ଏହି ଅତ୍ୟାଧୁନିକ ଗାଡ଼ି ଯୋଗାଇ ଦିଆଯାଇଛି। ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ନିୟୋଜିତ ହେବ ପାଟ୍ରୋଲିଂ ଭ୍ୟାନ। ଜିପିଏସ ନାଭିଗେସନ ସହ ବନ୍ୟପ୍ରାଣୀଙ୍କ ଉଦ୍ଧାର ବ୍ୟବସ୍ଥା ମଧ୍ୟ ରହିଛି। ଭୁବନେଶ୍ୱରସ୍ଥିତ ଭରତପୁର ଅଭୟାରଣ୍ୟ ନିକଟରେ ଏହି ପାଟ୍ରୋଲିଂ ଯାନର ଶୁଭାରମ୍ଭ କରିଛନ୍ତି ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଓ ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ।