ପିସିଆର ଭ୍ୟାନରୁ ବାହାରୁଛି ଧୂଆଁ, ଲୋକେ କହିଲେ କେତେ ଟଙ୍କା କଟାଯିବ ଚାଲାଣ

ସମ୍ବଲପୁର (କେନ୍ୟୁଜ୍) : ପିସିଆର ଭ୍ୟାନ୍ରୁ ବାହାରୁଛି ଧୂଆଁ । ପାଟ୍ରୋଲିଂ କରିବାକୁ ଯିବା ବେଳେ ପିସିଆରରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ସମ୍ବଲପୁର ପୋଲିସ ଭ୍ୟାନ୍ରୁ ଏହି ଧୂଆଁ ବାହାରୁଥିବା ଭିଡିଓ ଭାଇରାଲ ହେଉଛି । ଏଥିପାଇଁ ପୋଲିସକୁ କେତେ ଟଙ୍କା ଫାଇନ୍ କରାଯିବା ଦରକାର ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ଗତ କିଛି ଦିନ ହେବ ନୂଆ ମୋଟର ଯାନ ଆଇନ ଅନୁସାରେ ଲୋକଙ୍କଠାରୁ ମୋଟା ଅଙ୍କର ଫାଇନ ନିଆଯାଉଛି । ସବୁ କାଗଜପତ୍ର ପ୍ରସ୍ତୁତ ରଖିବାକୁ କୁହାଯାଉଛି । ଏପରି ସମୟରେ ପୋଲିସ ଗାଡିରୁ ଧୂଆଁ ବାହାରିବା ନେଇ ପ୍ରଶ୍ନ ଉଠିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.