ମାଲକାନଗିରି : ମାଲକାନଗିରିରେ ହିଂସାକାଣ୍ଡର ୫ ଦିନ ପରେ ଧୀରେ ଧୀରେ ଫେରୁଛି ଶାନ୍ତି । ହିଂସାରେ ୩ କୋଟି ୪୦ ଲକ୍ଷର କ୍ଷୟକ୍ଷତି ଆକଳନ କରାଯାଇଛି । ଘର କ୍ଷୟକ୍ଷତିର ଆକଳନ ବୈଷୟିକ ଟିମ୍ କରୁଥିବା ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ସୂଚନା ଦେଇଛନ୍ତି । ତେବେ କଣ ପାଇଁ ଆଦିବାସୀ ଓ ବଙ୍ଗୀୟ ଶରଣାର୍ଥୀଙ୍କ ମଧ୍ୟରେ ବିବାଦ ନେଲା ଉଗ୍ରରୂପ ? ଏହି ବିବାଦ ଏବେକାର ନୁହେଁ । ୧୯୫୮ରୁ ଏହାର ମଞ୍ଜି ପଡ଼ିଥିଲା ମାଲକାନଗିରିରେ ।
ବଙ୍ଗୀୟ ଶରଣାର୍ଥୀ ଓ ଆଦିବାସୀଙ୍କ ମଧ୍ୟରେ ଦଶନ୍ଧି ଦଶନ୍ଧି ଧରି ପୁଞ୍ଜିଭୂତ ଅସନ୍ତୋଷ ଏବେ ଭୟଙ୍କର ରୂପ ନେଇଛି । ଏମଭି ୨୬ ରେ ଘନ ଘନ ପୋଲିସ ପଇଁତରା ମାରୁଥିବା ବେଳେ ଗାଁକୁ ସୁରକ୍ଷା ଦେଉଛନ୍ତି ସିଆରପିଏଫ । ମାଲକାନଗିରି ପରିସ୍ଥିତିକୁ ନେଇ ରାଜ୍ୟପାଳଙ୍କୁ ଫେରାଦ ହୋଇଛି ବିଜେଡି । ସେପଟେ ଗ୍ରାଉଣ୍ଡରୁ ଫେରି ଆଜି ମୁଖ୍ୟମନ୍ତ୍ରୀଙ୍କୁ ମାଲକାନଗିରି ସ୍ଥିତି ସମ୍ପର୍କରେ ରିପୋର୍ଟ ପ୍ରଦାନ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ।