କଟକ ଲିଙ୍କ୍‌ ରୋଡ ମଧୁପାଟଣା ଛକରେ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପିକେଟିଂ, ପଥଚାରୀଙ୍କୁ ବଣ୍ଟାଗଲା ଚକୋଲେଟ

କଟକ(କେନ୍ଯୁଜ୍): କଂଗ୍ରେସର ଶାନ୍ତିପୂର୍ଣ୍ଣ ପ୍ରତିବାଦବେଳେ ପଥଚାରୀଙ୍କୁ ଚକୋଲେଟ। କଟକ ଲିଙ୍କ୍‌ ରୋଡ ମଧୁପାଟଣା ଛକରେ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପିକେଟିଂ କରାଯାଉଛି। ଟକୋଲେଟ ଦେଇ ଜନସାଧାରଣଙ୍କୁ ସହଯୋଗ କରିବାକୁ ଅପିଲ କରିଛନ୍ତି କଂଗ୍ରେସ କର୍ମୀ।

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସଂପୂର୍ଣ୍ଣ ପାଳନ କରାଯାଉଥିବା କହିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ। ସହରରେ ଜୀବନ ଯାତ୍ରା ସ୍ୱଭାବିକ ରହିଛି। କମିଶନରେଟ୍‌ ପୋଲିସ ପକ୍ଷରୁ ମୁଖ୍ୟ ଛକ ମାନଙ୍କରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ସୂଚନା ଥାଉକି, ମମିତା ମେହେର ହତ୍ୟା ମାମଲାରେ ଆଜି କଂଗ୍ରେସର ୬ ଘଣ୍ଟିଆ ହରତାଳ। ମମିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ହରତାଳ ପାଳନ କରାଯାଉଛି। ସକାଳ ୬ଟାରୁ ଦିନ ୧୨ଟା ଯାଏଁ ୬ ଘଣ୍ଟିଆ ହରତାଳ କରାଯିବ। ଅତ୍ୟାବଶ୍ୟକ ସେବା ଜାରି ରହିବ। ଅଟକିବନି ଅଖ ଚକ ।

ଜୋର ଜବରଦସ୍ତି ଦୋକାନ ବନ୍ଦ କରିପାରିବେ ନାହିଁ ଆନ୍ଦୋଳନକାରୀ । ଗାଡ଼ିମୋଟର ଓ ଟ୍ରେନ୍‌ ଚଳାଚଳକୁ ରୋକା ଯାଇପାରିବ ନାହିଁ । କଂଗ୍ରେସର ଓଡ଼ିଶା ବନ୍ଦ ଡାକରା ନେଇ ଦାୟର ମାମଲାର ଶୁଣାଣି କରି ଏଭଳି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ନିର୍ଦ୍ଦେଶର ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଟ୍ଵିନ୍‌ସିଟିରେ ୩୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.