ଶିଶୁପୁତ୍ର ବିକ୍ରି ଘଟଣା, ଶିଶୁ ପୁତ୍ରକୁ ଉଦ୍ଧାର କରି ମା’ ର ଜିମା ଦେଲା ପୋଲିସ

ସାଲେପୁର : କଟକ ଜିଲ୍ଲା କାନପୁର ଗ୍ରାମର ଶିଶୁପୁତ୍ର ବିକ୍ରି ଘଟଣାରେ ଖବର ପ୍ରକାଶ ପରେ ସାଲେପୁର ପୋଲିସ ଓ ସିଡବ୍ଳୁସିର ଟିମ ମିଳିତ ଭାବେ ବେଲରପା ଗାଁ ରେ ଚଢାଉ କରିବା ସହ ଉକ୍ତ ଶିଶୁ ପୁତ୍ରକୁ ଉଦ୍ଧାର କରିଛନ୍ତି । ଶିଶୁଟିକୁ ତାର ମା’ ର ଜିମା ଦିଆଯାଇଛି । ପରବର୍ତ୍ତୀ ସମୟରେ ଉକ୍ତ ପିଲାର ଜେଜ ରାସ ବିହାରୀ ସାମଲ ଓ ବାପା ତପନ ସାମଲକୁ ଡାକି ଉଭୟ ପକ୍ଷ ର ଅଭିଯୋଗକୁ ଶୁଣାଣି ପରେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ଜଣାଯାଇଛି । ଅନ୍ୟପଟେ ଏହି ଶିଶୁପୁତ୍ର ବିକ୍ରି ଘଟଣାକୁ ତାର ମା’ ରୁବିନା ସାମଲ ଖଣ୍ଡନ କରିଛନ୍ତି ।