କିରାଣି ଚାକିରି କରାଇଦେବାକୁ କହି ଠକେଇ, ଲକ୍ଷାଧିକ ଟଙ୍କା ଲୁଟିନେଲା ଜିଲ୍ଲା ଜଜ୍ କୋର୍ଟର ପିଅନ

ଗୋପ : କିରାଣି ଚାକିରି କରାଇଦେବାକୁ କହି ଠକେଇ । ଲକ୍ଷାଧିକ ଟଙ୍କା ଲୁଟିନେଲା ପୁରୀ ଜିଲ୍ଲା ଜଜ୍ କୋର୍ଟର ପିଅନ ବ୍ରଜବନ୍ଧୁ ବାରିକ । ପୁରୀ ଜିଲ୍ଲା ଗୋପ ଥାନା ଷୋଳପୁର ଗାଁର ବ୍ରଜବନ୍ଧୁ ବାରିକଙ୍କୁ ଗିରଫ କରିଛି ପୋଲିସ । ସେ ଶିକ୍ଷିତ ବେକାର ଯୁବକଙ୍କ ଟାର୍ଗେଟ କରୁଥିଲା । ଚାକିରି କରାଇଦେବି କହି ଲକ୍ଷ ଲକ୍ଷ ଟଙ୍କା ନେଉଥିଲା । ଏନେଇ ଗୋପ ଥାନାରେ ଅଭିଯୋଗ ପରେ ତଦନ୍ତ କରିଥିଲା ପୋଲିସ । ଗତକାଲି ରାତିରେ ଚଢ଼ାଉ କରି ବ୍ରଜବନ୍ଧୁଙ୍କୁ ଗିରଫ କରାଯାଇଛି । ଆଜି ତାକୁ କୋର୍ଟରେ ହାଜର କରାଯିବ ବୋଲି କହିଛନ୍ତି ଗୋପ ଥାନା ଅଧିକାରୀ ।