କଣ୍ଟାମାଳ: ଅନ୍ଧବିଶ୍ୱାସ କବଳରେ ମଣିଷ, ଗୁଣି ଗାରେଡି ଭୟରେ ଗାଁ ଛାଡୁଛନ୍ତି ଲୋକେ

ଆଧୁନିକତା ଉପରେ ଭାରି ପଡିଛି ଅନ୍ଧ ବିଶ୍ୱାସ । ଗୁଣିଗାରେଡି ଭୟରେ ଗାଁ ଜନଶୂନ୍ୟ ହୋଇଗଲାଣି । ଜୀବନ ବଞ୍ଚାଇବା ପାଇଁ ପୈତୃକ ଭିଟାମାଟି ଛାଡି ଅନ୍ୟତ୍ର ଚାଲିଯାଉଛନ୍ତି ଗ୍ରାମବାସୀ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର କୁଲପଡା ଗାଁରେ ଘଟିଛି ଏହି ଘଟଣା।ଘରଦ୍ୱାର ଅଛି, ହେଲେ ଲୋକଙ୍କ ଦେଖାନାହିଁ । କିଛି ଲୋକଙ୍କ ଘର ଭୁଶୁଡିପଡିଥିଲେ ମଧ୍ୟ ସଜାଡିବାକୁ କେହି ନାହାନ୍ତି । କିନ୍ତୁ ସମସ୍ତଙ୍କ କବାଟ ଓ ଝରକା ମୁହଁରେ ମାଟି ପୋତାଯାଇଛି । କାରଣ ଗାଁକୁ ଗୁଣିଗାରେଡି କରାଯାଇଥିବା ବିଶ୍ୱାସରେ ଗାଁ ଛାଡି ଚାଲିଯାଉଛନ୍ତି ଲୋକେ । ଆଉ ଗାଁକୁ ଫେରିବେ ନାହିଁ ବୋଲି ମଧ୍ୟ କହୁଛନ୍ତି ।ସମସ୍ତଙ୍କ ମୁହଁରେ ଗୋଟିଏ କଥା, ତନ୍ତ୍ରମନ୍ତ୍ର ପାଇଁ ଘରର ପିଲା ଛୁଆଙ୍କ ଜୀବନ ଯାଉଛି। ମାଗିଯାଚି ଚଳିବେ ପଛେ, ହେଲେ ଗାଁକୁ ଫେରିବେନିି । ସେପଟେ ଗାଁ ଲୋକଙ୍କୁ ବୁଝାସୁଝା କରି ଫେରାଇ ଅଣାଯିବ ବୋଲି ଜିଲ୍ଲାପାଳ କହିଛନ୍ତି

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.