କାଦୁଅ ରାସ୍ତାପାଇଁ ଚିନ୍ତାରେ ଗ୍ରାମବାସୀ,ସମାଧାନର ପ୍ରତିଶୃତି ଦେଲେ ସ୍ଥାନୀୟ ଗୋଷ୍ଠି ଉନ୍ନୟନ ଅଧିକାରୀ

ଭଲକରି ଦେଖନ୍ତୁ ଏହି ରାସ୍ତାକୁ । ଏ ରାସ୍ତା ହିଁ ବୟାନ କରୁଛି କେତେ ଅସୁବିଧାରେ ଲୋକେ ରାସ୍ତାରେ ଚଳପ୍ରଚଳ କରୁଛନ୍ତି । ଦେଖୁନାହାନ୍ତି କେମିତି ରାସ୍ତାରେ ଯାଉ ଯାଉ ପାଦ କାଦୁଅ ଭିତରେ ପଶି ଯାଉଛି । ଯାହା ଫଳରେ ଟିକିଏ ଅସାବଧାନତା ହେଲେ ତଳେ ପଡି ଯିବାର ଭୟ ରହୁଛି । ସେ ସ୍କୁଲ ପିଲା ହେଉ କି ବୃଦ୍ଧା ମଣିଷ ସମସ୍ତେ ଏହି ରାସ୍ତାରେ ଯାତାୟତ କରିଛନ୍ତି । କାରଣ ଏହି ରାସ୍ତାକୁ ପାରି କଲା ପରେ ସ୍କୁଲ ରହିଛି । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗାଁ ଲୋକେ ।

ବିପଦପୁର୍ଣ୍ଣ ଅବସ୍ଥାରେ ଏହି ରାସ୍ତା । ଏମିତିକି ବିଷଧର ସର୍ପ ମଧ୍ୟ ଏହି ରାସ୍ତାରେ ଯାଉଛି । ଯାହାର ଦୃଶ୍ୟ ଆମେ ଆପଣଙ୍କୁ ଦେଖାଉଛୁ । ଯାହା ଫଳରେ କୋମଳମତି ଶିଶୁଙ୍କ ଠାରୁ ଆରମ୍ଭ କରି ଗାଁ ଲୋକେ ମଧ୍ୟ ଏହି ରାସ୍ତା ପାଇଁ ଚିନ୍ତାରେ ପଡିଛନ୍ତି । ଇଏତ ଦିନ ବେଳର ଦୃଶ୍ୟ ସନ୍ଧ୍ୟା ସମୟ ହେଉ କିମ୍ବା ରାତ୍ରି ସମୟରେ କେମିତି ଏହି ରାସ୍ତାରେ ଲୋକେ ଯାତାୟତ କରୁଥିବେ ତାହା ନିଶ୍ଚୟ ଚିନ୍ତାର ବିଷୟ । ତେବେ ଦର୍ଶକବନ୍ଧୁ ଏ ରାସ୍ତା ହେଉଛି କେନ୍ଦ୍ରାପଡା ଆଳି ବ୍ଲକ କଳସପୁର ଗାଁର । ଯାହାକି ଗ୍ରାମବାସୀଙ୍କ ପାଇଁ ଦୁଃଖର କାରଣ ପାଲଟିଛି ।

ଏହି କାଦ ପଚପଚ ରାସ୍ତା ଅଧ କିଲୋମିଟର ପର୍ଯ୍ୟନ୍ତ ବ୍ୟାପି ରହିଛି । କଳସପୁର ଗାଁରେ ଥିବା ମହାଦେବ ମନ୍ଦିର ଠାରୁ ସୋମନାଥ ନନ୍ଦଙ୍କ ଘର ପର୍ଯ୍ୟନ୍ତ ଏହି ରାସ୍ତା ଯାଇଛି । ଏହାର ଅବସ୍ଥା କଥା ନକହିବା ଭଲ । ମାଟିରେ ତିଆରି ହୋଇଥିବା ଏହି ରାସ୍ତା ବର୍ଷାରୁତୁ ଆସିଲେ ଏହାର ଅବସ୍ଥା କଣ ହେଉଥିବ ଆପଣମାନେ ଠିକ ଅନୁମାନ କରି ପାରୁଥିବେ । ଏହି ରାସ୍ତା ଉପରେ ପ୍ରାୟ ୩୦ ରୁ ଉର୍ଧ ପରିବାର ଲୋକେ ଯାତାୟତ ପାଇଁ ନିର୍ଭର କରନ୍ତି । ଛୋଟ ପିଲାଙ୍କୁ ସ୍କୁଲ ଯିବା କଥା କୁହନ୍ତୁ ବା ଘରେ ବ୍ୟବହାର ପାଇଁ ନିତ୍ୟ ବ୍ୟବହାର ଜିନିଷ ସାମଗ୍ରୀ ଆଣିବା ହେଉ ଘରୁ ବାହାରିଲେ ଏହି ରାସ୍ତାଦେଇ ଅତିକ୍ରମ କରିବା ପାଇଁ ପଡିଥାଏ ।

ରାସ୍ତା ସମସ୍ୟାକୁ ନେଇ ଏବେ ଚିନ୍ତାରେ କଳସପୁର ଗ୍ରାମବାସୀ । ଜନପ୍ରତିନିଧୀଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ଯାଏଁ ସମସ୍ତଙ୍କୁ ଗୁହାରି କରୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୈାଣସି ସୁଫଳ ମିଳି ପାରିନାହିଁ । ଯାହାକୁ ନେଇଁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି । ଆଳି ବିଡିଓ ମଧ୍ୟ ଏହି ରାସ୍ତା କୁ ନେଇ ପଦକ୍ଷେପ ନିଆଯିବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି । ବର୍ଷା ରୁତୁରେ ଏହି ରାସ୍ତାର ସ୍ଥିତି ସମ୍ପୁର୍ଣ୍ଣ ବେହାଲ । ଏହି ବିପଦପୁର୍ଣ୍ଣ ରାସ୍ତାର ସମସ୍ୟା କେବେ ସମାଧାନ ହେବ । ତାହାକୁ ଅପେକ୍ଷା କରିଛନ୍ତି ଗ୍ରାମବାସୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like