ଭଞ୍ଜନଗର: ଚୋର ସନ୍ଦେହରେ ୪ଜଣଙ୍କୁ ବାନ୍ଧିଲେ ଲୋକେ । ରାତି ଅନିଦ୍ରା ହୋଇ ଧରିଲେ । ଭଞ୍ଜନଗର ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳର ଅଳସୁ ଗାଁରେ ଗତକଶଲି ରାତିରେ ଘଟିଛି ଏହି ଘଟଣା । ଦୁଇଟି ବାଇକରେ ୪ ଜଣ ଅଜଣା ବ୍ୟକ୍ତି ରାତିରେ ଗାଁ ଭିତରେ ପଶି ଚକ୍କର ମାରୁଥିଲେ । ସେମାନଙ୍କୁ ଏଣେ ତେଣେ ବୁଲୁଥିବା ଦେଖି ଲୋକେ ଚୋର ବୋଲି ସନ୍ଦେହ କରିଥିଲେ । ଗାଁଲୋକେ ମିଶି ୪ଜଣଙ୍କୁ କାବୁ କରି ଗାଁ ମଝିର ଏକ ଗଛରେ ବାନ୍ଧି ଜଗନ୍ନାଥପ୍ରସାଦ ପୋଲିସକୁ ଖବର ଦେଇଥିଲେ । ପୋଲିସ ସମସ୍ତଙ୍କୁ ଉଦ୍ଧାର କରି ଥାନାକୁ ନେଇଛି । ୨ଟି ବାଇକ୍ କୁ ଜବତ କରିବା ସହ ସଂପୃକ୍ତ ସନ୍ଦିଗ୍ଧଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ପୋଲିସ ।
ଆହୁରି ପଢ଼ନ୍ତୁ : ବାଇକି ଡ଼ିକି ଭାଙ୍ଗି ୭୦ ଲକ୍ଷ ଟଙ୍କାର ସୁନା ଓ ରୂପା ଲୁଟ