ମୟୂରଭଞ୍ଜ: ଶ୍ୟାମାଖୁଣ୍ଟା ବ୍ଳକରେ ସରପଞ୍ଚ ଫଳାଫଳ ଘୋଷଣାକୁ ନେଇ ବିଡିଓଙ୍କୁ ଆକ୍ରମଣ

କେନ୍ୟୁଜ୍(ବ୍ୟୁରୋ):  ମୟୂରଭଞ୍ଜ ଜିଲ୍ଲାରେ ନିର୍ବାଚନୀ ହିଂସା । ଶ୍ୟାମାଖୁଣ୍ଟା ବ୍ଳକରେ ସରପଞ୍ଚ ଫଳାଫଳ ଘୋଷଣାକୁ ନେଇ ବିଡିଓଙ୍କୁ ଆକ୍ରମଣ । ବ୍ଳକ ପରିସରରେ ଧସେଇ ପଶିଲେ ଶତାଧିକ ଲୋକ । ଆକ୍ରମଣରେ ବିଡିଓ ଯୋଶବନ୍ତ ବେହେରା ଅଚେତ ହୋଇଥିବା ଅଭିଯୋଗ ହୋଇଛି । ବାରିପଦା ସଦର ଥାନା ପୋଲିସ ପହଞ୍ଚି ବିଡିଓଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ଆଜି ମୟୂରଭଞ୍ଜ ଜିଲ୍ଲାର ସମସ୍ତ ବ୍ଳକରେ ଆନୁଷ୍ଠାନିକ ଭାବରେ ପଞ୍ଚାୟତ ଫଳାଫଳ ଘୋଷଣା କରାଯାଇଥିଲା ।

ଶ୍ୟାମାଖୁଣ୍ଟା ବ୍ଳକ ଭାଲିଡିହା ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ଶକୁନ୍ତଳା ବିଶ୍ୱାଳଙ୍କୁ ବିଜୟୀ ଘୋଷଣା କରାଯାଇଥିଲା । ପରାଜିତ ପ୍ରାର୍ଥୀ କବିତା ନାୟକଙ୍କ ସମର୍ଥକ ବ୍ଳକ ପରିସରରେ ପହଞ୍ଚି ଗଣ୍ଡଗୋଳ କରିଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଏତଲା ଦେଇଛନ୍ତି ବିଡିଓ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.