୨୦ରୁ ଅଧିକ ଲୋକଙ୍କୁ କାମୁଡ଼ିବାରୁ କୁକୁରକୁ ପିଟି ପିଟି ମାରିଦେଲେ ଲୋକେ

ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ୱରରେ ପାଗଳା କୁକୁର ଆତଙ୍କ । ୨୦ରୁ ଅଧିକ ଲୋକଙ୍କୁ କାମୁଡ଼ିବା ପରେ ପିଟି ପିଟି ମାରିଦେଲେ ଲୋକେ । ବାଲେଶ୍ୱର ସୁନହଟ ସ୍ଥିତ କଂସେଇ ମହଲା ଅଞ୍ଚଳରେ ପାଗଳା କୁକୁର ଆତଙ୍କ । କୁକୁର କାମୁଡ଼ାରେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି ।

ଗତକାଲି ଜଣେ ଶିଶୁକୁ ଆକ୍ରମଣ କରିଥିବା ବେଳେ ଆଜି ସକାଳେ ସ୍ଥାନୀୟ ଲୋକେ ରାସ୍ତାରେ ଯିବା ଆସିବା କରୁଥିବା ବେଳେ ଆକ୍ରମଣ କରିଥିଲା । ସ୍ଥାନୀୟ ଅଞ୍ଚଳର ପାଖାପାଖି ୨୦ରୁ ଅଧିକ ଲୋକଙ୍କୁ ଆକ୍ରମଣ କରିଥିଲା । ତେବେ ଲୋକଙ୍କୁ ଆକ୍ରମଣ କରିଥିବା କୁକୁରକୁ ପିଟି ପିଟି ମାରି ଦେଇଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.