ଫେସବୁକ୍ ରୋମିଓକୁ ପିଟିଲେ ଲୋକ, ଫେସବୁକରୁ ଫୋନ୍ ନଂ ନେଇ ମହିଳାଙ୍କୁ ପ୍ରେମ ନିବେଦନ କରିଥିଲେ

ଆଳି : ଫେସବୁକ୍ ରୋମିଓକୁ ପିଟିଲେ ଲୋକ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅଞ୍ଚଳରେ । ଫେସବୁକରୁ ଫୋନ୍ ନଂ ନେଇ ବିବାହିତ ମହିଳାଙ୍କୁ ପ୍ରେମ ନିବେଦନ କରିଥିଲେ ଫେସବୁକ୍ ରୋମିଓ । ଏନେଇ ସେ ହଟହଟା ହୋଇଛନ୍ତି । ଏମିତି କି ଫେସବୁକ ରୋମିଓ ଜଣଙ୍କ ମହିଳାଙ୍କ ଘରକୁ ଆସିଥିବା ବେଳେ, ମହିଳା ଜଣଙ୍କ ଗ୍ରାମବାସୀଙ୍କୁ ଜଣାଇଥିଲେ । ଯୁବକ ଜଣଙ୍କୁ ଧରି ଉତ୍ତମ ମଧ୍ୟମ ଦେଇ ପୋଲିସ ଜିମାରେ ଦେଇଛନ୍ତି ଲୋକେ। ରୋମିଓ ଜଣଙ୍କ ହେଉଛନ୍ତି ସୁଧୀର ଶର୍ମା । ତାଙ୍କ ଘର ଆଳି ଥାନା ଅନ୍ତର୍ଗତ ସୋରିଷସଦା ଗାଁରେ ।