ଆମର ମାଗଣା ଦରକାର ଯିଏ ମରୁ କି ସରୁ !, ଦୁର୍ଘଟଣାଗ୍ରସ୍ତ ବତକ ବୋଝେଇ ଗାଡ଼ିରୁ ବତକ ବୋହିନେଲେ ପଥଚାରି

ନବରଙ୍ଗପୁର(କେନ୍ୟୁଜ୍): ବତକ ବୋଝେଇ ୪୦୭ଗାଡିର ବାଲାନ୍ସ ରଡ୍ ଭାଙ୍ଗି ଯିବାରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ରାସ୍ତାରେ ଯାଉଥିବା ପଥଚାରିମାନେ ଆହତ ଡ୍ରାଇଭର ଓ ହେଲ୍ପର ଙ୍କୁ ସାହାଯ୍ଯ କରିବା ପରିବର୍ତ୍ତେ ଦୁର୍ଘଟଣା ଗ୍ରସ୍ତ ଗାଡିରୁ ବତକ ଗୁଡ଼ିକୁ ବୋହି ନେଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନବରଙ୍ଗପୁର ଜିଲ୍ଲାରୁ ଆସିଛି ଏଭଳି ଦୃଶ୍ଯ । ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ସେମଳା ଗ୍ରାମ ନିକଟରେ ଏକ ବତକ ବୋଝେଇ ଟ୍ରକ ଦୁର୍ଘଟଣାର ଶିକାର ହୋଇ ରାସ୍ତା କଡରେ ଓଲଟି ପଡିଥିଲା ।

 

ଗାଡ଼ିରେ ଥିବା ଡ୍ରାଇଭର ଓ ହେଲ୍ପର ଆହତ ହୋଇଥିବା ଦେଖି ଦୁଇ ତିନିଜଣ ପଥଚାରି ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ପାପଡାହାଣ୍ଡି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ରାସ୍ତା ଦେଇ ଯାଉଥିବା ଅନେକ ପଥଚାରି ଦୁର୍ଘଟଣାର ଶିକାର ହୋଇଥିବା ଗାଡିର କର୍ମଚାରୀଙ୍କୁ ସାହାଯ୍ଯ ତଥା ସହଯୋଗ କରିବା ବଦଳରେ ଓଲଟା ସେହି ଗାଡି ଭିତରେ ଥିବା ବତକ ଗୁଡିକୁ ସାଥିରେ ବୋହି ନେଇଯାଉଥିବାର ଦୃଶ୍ଯ ମୋବାଇଲ କ୍ଯାମେରାରେ କଏଦ ହୋଇଛି।  ଯାହା ବର୍ତ୍ତମାନ ଭାଇରଲ ହେବାରେ ଲାଗିଛି ।  ଆହତ ବ୍ଯକ୍ତିମାନେ ବର୍ତ୍ତମାନ ସୁସ୍ଥ ଥିବା ସୂଚନା ମିଳିଥିବା ବେଳେ ମୈଦଲପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଓଲଟି ଥିବା ଗାଡିକୁ ଉଠାଇ ତଦନ୍ତ ଚଳାଇଛି।  ଗାଡିଟି ଆନ୍ଧ୍ର ପ୍ରଦେଶରୁ ଝାଡ଼ଖଣ୍ଡକୁ ଯାଉଥିବା ପ୍ରାଥମିକ ସୂଚନା ମିଳିଛି।

 

Leave A Reply

Your email address will not be published.