କାକଟପୁର : ଗଛ ଗଣ୍ଡିରେ ବଜରଙ୍ଗବଲୀଙ୍କ ସ୍ୱରୂପ, ଦେଖିବା ପାଇଁ ଲାଗିଲା ଲୋକଙ୍କ ଭିଡ
![god](https://knewsodisha.com/wp-content/uploads/2021/09/god.jpg)
କାକଟପୁର (କେନ୍ୟୁଜ) : ହିନ୍ଦୁ ପରମ୍ପରାରେ ଦେବତାଙ୍କ ସ୍ୱରୂପକୁ ହିନ୍ଦୁଧର୍ମାବଲମ୍ବୀମାନେ ଭିନ୍ନ ଭିନ୍ନ ଭାବରେ ପୂଜା କରନ୍ତି। ଯେମିତି କି ବୃକ୍ଷ,ପାଷାଣ,ନଦୀ,ଆଦି ପ୍ରକୃତିଦତ୍ତ ସାମଗ୍ରୀକୁ ସେମାନଙ୍କର ଦେବତା ବୋଲି ବିଶ୍ଵାସ କରିଥାନ୍ତି। ଲୋକମାନଙ୍କ ବିଶ୍ଵାସ ଆଗରେ ପ୍ରକୃତିରାଣୀ ବି ଗଛଦେହରେ ସୃଷ୍ଟି କରିଥାଏ ପ୍ରାକୃତିକ ପ୍ରତିଛବି।
ସେହିଭଳି ଏକ ଅଲୌକିକ ଚିତ୍ର ଦେଖିବାକୁ ମିଳିଛି ଏକ ନିମ ଗଛରେ। ଅସ୍ତରଙ୍ଗ ବ୍ଲକ ବନ୍ତିଳୋ ଗାଁରେ ଥିବା ଜଙ୍ଗଲରେ ରହିଥିବା ଏକ ନିମ ଗଛ ଦେହରେ ହନୁମାନଙ୍କ ମୁଖଥିବା ଚିତ୍ର ଆଙ୍କିହୋଇଥିବା ଦେଖିବାକୁ ମିଳିଛି। ଆଉ ଏ ଚିତ୍ର ସ୍ପଷ୍ଟ ଭାବେ ଜରାପଡୁଛି। ଗାଁର କେତେକ ଯୁବକ ଜଙ୍ଗଲ ନିକଟରେ ରହିଥିବା ପୋଖରୀ ନିକଟକୁ ବୁଲିବାକୁ ଯାଇଥିବା ବେଳେ ନିମ ଗଛ ଦେହରେ ହନୁମାନଙ୍କ ମୁଖ ଚିତ୍ର ଦେଖିବାକୁ ପାଇଥିଲେ।
ଏହାପରେ ଏ ଖବର ସଙ୍ଗେ ସଙ୍ଗେ ବନ୍ତିଳୋ ଗ୍ରାମ ଓ ଆଖ ପାଖ ଅଞ୍ଚଳରେ ଚହଳ ପଡିଗଲା। ଆଉ ଏହାପରେ ଏହି ନିମ ଗଛ ଓ ସେଥିରେ ଦେଖାଯାଉଥିବା ହନୁମାନଙ୍କୁ ଦେଖିବାପାଇଁ ଲୋକମାନଙ୍କ ଭିଡ ବଢିଥିଲା। ଲୋକମାନେ ସେଠାରେ ପୂଜାର୍ଚ୍ଚନା କରିବର ସହ ନିମ ଗଛକୁ ମହିଳାମାନେ ବନ୍ଦପନା କରିଥିଲେ।