ପଦ୍ମପୁର : ଖାଲଖମାରେ ଭରପୁର ପଦ୍ମପୁର ମୁଖ୍ୟ ରାସ୍ତା ଛକ । ପ୍ରତିଦିନ ଏହି ଖାଲଖମା ଯୋଗୁଁ ବହୁତ ଦୁର୍ଘଟଣା ଘଟିଥାଏ । ଯାହାଫଳରେ ଅସୁବିଧାର ସାମ୍ନା କରିଥାନ୍ତି ଲୋକେ । କିନ୍ତୁ ଶାସକ,ପ୍ରଶାସକ, ଉଭୟେ ଚୁପ ଥିବା କହିଛନ୍ତି ଲୋକେ । ତେବେ ରାସ୍ତା ମାରାମତିକୁ ନେଇ ବଢୁଛି ଜନ ଅସନ୍ତୋଷ । ଖାଲ ପାଣିରେ ଭରପୁର ରାସ୍ତା । କେଉଁଠି ଅଙ୍କାବଙ୍କା ହୋଇ ଯିବାକୁ ପଡୁଛି ତ ଆଉ କୋଉଠି ଝଟକା ଖାଉଛି ଗାଡି । ସ୍କୁଲ ଗାଡି ହେଉ ,ଆମ୍ବୁଲାନ୍ସ ହଉ ଅବା ସାଧାରଣ ଯାନ ରାସ୍ତାରେ ଗଲାବେଳେ ଭଗବାନକୁ ଡାକୁଥିବେ ଚାଳକ । ଏ ଦୃଶ୍ୟ ହେଉଛି ପଦ୍ମପୁର ସହର ମୁଖ୍ୟ ଭେଉଁରିଆ ଛକର ।
ପଦ୍ମପୁର ରୁ ପାଟଣାଗଡ, ପଦ୍ମପୁର ରୁ ନୁଆପଡା, ପଦ୍ମପୁର ରୁ ବରଗଡ ଏବଂ ପଦ୍ମପୁର ରୁ ସରାଇପାଲି ଦେଇ ରାୟପୁର ଯାଉଥିବା ଚାରୋଟି ରାସ୍ତା ଏହି ଛକ ଦେଇ ଯାଇଛି । ଏହା ଛଡା ପଦ୍ମପୁର ସହରର ମୁଖ୍ୟ ଏବଂ ମଧ୍ୟ ଭାଗ ଯେଉଁ ରାସ୍ତା ଦେଇକି ଲୋକେ ଉପଖଣ୍ଡ ଚିକିତ୍ସାଳୟ ସହ ସଦର ଥାନା କଚେରି ଏବଂ ବଜାର କୁ ଯିବା ସହ ମହିଳା ମହାବିଦ୍ୟାଳୟ ଏବଂ ହାଇସ୍କୁଲ ଯିବା ପାଇଁ ମଧ୍ୟ ଏହି ରାସ୍ତାର ବ୍ୟବହାର କରିଥାନ୍ତି ଛାତ୍ରଛାତ୍ରୀ । ଗତ ପ୍ରାୟ ୪ ମାସ ହେବ ଏହି ରାସ୍ତାର ସ୍ଥିତି ଅତ୍ୟନ୍ତ ଶୌଚନୀୟ ହୋଇ ପଡିଥିବା ବେଳେ ବହୁ ଅସୁବିଧା ସହ ନିତି ପ୍ରାୟ ୨ ରୁ ୩ ଟି ଦୁର୍ଘଟଣା ହେବା ପ୍ରତିଦିନିଆ କଥା ହୋଇଗଲାଣି। ତେବେ ଝାଙ୍କରପାଲି ଠାରୁ ଆରମ୍ଭ କରି ଲଖମରା ପର୍ଯ୍ୟନ୍ତ ପ୍ରାୟ ୧୦ କିଲୋମିଟର ରାସ୍ତା ଅବସ୍ଥାରେ ଥିବା ବେଳେ ରାସ୍ତାର ମରାମତି ପାଇଁ ବାରମ୍ବାର ଅଭିଯୋଗ ପରେ ମଧ୍ୟ କାମ କରାଯାଉନଥିବା ଅଭିଯୋଗ କରିଛନ୍ତି ଲୋକେ ।
ଅନ୍ୟପଟେ ରାସ୍ତା ପ୍ରଶ୍ୱସ୍ତିକରଣ ପାଇଁ ପାଟଣାଗଡ ପଦ୍ମପୁର ସରାଇପାଲି ରସ୍ତାର ନବନିର୍ମଣ କାର୍ଯ୍ୟ ଚାଲିଥିବା ବେଳେ ନିତି ଭାରିଯାନ ଯିବା ଆସିବା ଫଳରେ ରାସ୍ତା ଶୋଚନୀୟ ହେଉଛି ରାସ୍ତା ଅବସ୍ଥା । ତେବେ ବର୍ଷାଦିନ ହୋଇଥିବାରୁ ଖାଲ ମାନଙ୍କରେ ପାଣି ଜମି ଯାଇ ଗାତ ଜଣା ନ ପଡୁଥିବାରୁ ଜାଣି ନଥିବା ଲୋକ ନିତି ପଡି ଯାଉଥିବା କହିଛନ୍ତି ଲୋକେ । ଅନ୍ୟ ପଟେ ବିଭାଗୀୟ ଅଧିକାରୀଙ୍କର କିନ୍ତୁ ଦେଖା ନାହିଁ । ତେବେ ରାସ୍ତା କାମ ଚାଲିଛି ଏବଂ ରଥଯାତ୍ରା ସମୟରେ କ୍ରସର ଡଷ୍ଟ ଦେଇ ରାସ୍ତା ସମାନ କରାଯାଇଥିଲା କିନ୍ତୁ ବର୍ଷା ଯୋଗୁଁ ରାସ୍ତା ପୁଣି ଧୋଇ ହୋଇଯାଇଛି ଏବଂ ପ୍ରଶ୍ୱସ୍ତି କରଣ କାମ ହୋଇ ଆସୁଥିବାରୁ ଶିଘ୍ର କିଛି ଦିନ ଭିତରେ ଏହି ରାସ୍ତା ଠିକ କରାଯିବ ବୋଲି ପଦ୍ମପୁର ଉପ-ଜିଲ୍ଲା ପାଳ ବିଭାଗିୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।