ସୁବର୍ଣ୍ଣପୁର : ଖଲିଆପାଲ୍ଲିରେ ଜମୁଛି ମାଘମେଳା, ରାବଣ ଦରବାରର ମଜା ନେଉଛନ୍ତି ଲୋକେ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଖଲିଆପାଲ୍ଲିରେ ବେଶ୍ ଜମୁଛି ମାଘମେଳା। ସନ୍ଥ କବି ଭୀମ ଭୋଇଙ୍କ ସିଦ୍ଧି, ସାଧନା ଓ ସମାଧି ପୀଠ ଦର୍ଶନ ସହ ମୀନା ବଜାର ଓ ପ୍ରଥମ ଥର ପାଇଁ ଆୟୋଜିତ ରାବଣ ଦରବାରର ମଜା ନେଉଛନ୍ତି ଲୋକେ। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ଭିଡ଼ରେ ଏବେ ଲୋକାରଣ୍ୟ ହୋଇଉଠିଛି ମହିମା ପୀଠ ଖଲିଆପାଲ୍ଲି ଗାଁ। ସେପଟେ ଦର୍ଶକମାନେ ମଧ୍ୟ ଏହି ରାବଣ ଦରବାରର ବେଶ୍ ମଜା ଉଠାଉଛନ୍ତି। ଏହାବାଦ୍ ମେଳାରେ ଲାଗିଛି ବିରାଟ ଯାତ୍ରା। ମୀନା ବଜାର ସାଙ୍ଗକୁ ଭଳିକି ଭଳି ଦୋକାନ ବଜାର ଓ ଖାଦ୍ୟ ସାମଗ୍ରୀର ପସରା ଲୋକଙ୍କୁ ଆହୁରି ଆକୃଷ୍ଟ କରୁଛି। ପୂର୍ବରୁ ତିନି ଦିନ ଧରି ଚାଲୁଥିବା ମାଘମେଳା ଚଳିତ ବର୍ଷ ୫ ଦିନ ଧରି ଚାଲୁଥିବାରୁ ଲୋକେ ବି ଭରପୁର ମଜା ଉଠାଉଛନ୍ତି।