ଡ୍ରାଇଭିଂ ଲାଇସେନ୍ସ ପାଇଁ ନୂଆପଡ଼ା ଆରଟିଓ କାର୍ଯ୍ୟାଳୟରେ ଦଲାଲ ମାନଙ୍କ ରାଜ୍, ମୋଟା ଅଙ୍କର ଟଙ୍କା ନଦେଲେ କାଗଜପତ୍ର ହେଉନଥିବା ଅଭିଯୋଗ
ନୂଆପଡ଼ା: ଡ୍ରାଇଭିଂ ଲାଇସେନ୍ସ ପାଇଁ ନୂଆପଡ଼ା ଆରଟିଓ କାର୍ଯ୍ୟାଳୟରେ ଲୋକଙ୍କ ଭିଡ଼ ଜମୁଛି । ଏହାର ସୁଯୋଗ ନେଉଛନ୍ତି ଦଲାଲ । ଦଲାଲ ମାଧ୍ୟମରେ ମୋଟା ଅଙ୍କର ଟଙ୍କା ନଦେଲେ କାଗଜପତ୍ର ହେଉନଥିବା ଲୋକେ ଅଭିଯୋଗ କରିଛନ୍ତି । ଏହା ସହ କିଛି ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଉନଥିବା ଅଭିଯୋଗ ହୋଇଛି । ଯାହା ଫଳରେ ଲୋକେ ଅନେକ ହଇରାଣ ହେଉଛନ୍ତି । ଆରଟିଓ ଏହାକୁ ଖଣ୍ଡନ କରିଥିବା ବେଳେ ଲୋକଙ୍କୁ ଠିକ୍ ଭାବେ ଗାଡ଼ି କାଗଜପତ୍ର ଦିଆଯାଉଥିବା କହିଛନ୍ତି ।