ଗୁଣି ଗାରେଡି ସନ୍ଦେହରେ ଛଅ ବୃଦ୍ଧଙ୍କ ଦାନ୍ତ ଭାଙ୍ଗି ସେମାନଙ୍କୁ ମଳମୂତ୍ର ପିଇବାକୁ କରାଗଲା ବାଧ୍ୟ

ଗଞ୍ଜାମ ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜିଲ୍ଲାର କିଛି ଯୁବକ ଗୁଣି ଗାରେଡି ସନ୍ଦେହରେ ଛଅ ଜଣ ବୃଦ୍ଧଙ୍କ ଦାନ୍ତ ଭାଙ୍ଗି ଦେଇଛନ୍ତି। କେବଳ ଏତିିକି କରିନାହାନ୍ତି ଲୋକେ ସେହି ବୃଦ୍ଧ ବ୍ୟକ୍ତିଙ୍କୁ ଘରୁ ଜବରଦସ୍ତ ବାହାର ଆଣି ମଳମୂତ୍ର ପିଇବା ପାଇଁ ବାଧ୍ୟ କରିଛନ୍ତି। ପୋଲିସକୁ ଏହି ବିଷୟରେ ସୂଚନା ଦିଆଗଲା ଫଳରେ ଏହି ମାମଲାରେ ୨୯ ଜଣ ଲୋକଙ୍କୁ ଗିରଫ କରିଛି।

ପୋଲିସ ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲାର ଗୋପୁରପୁର ଗାଁରେ କିଛି ଲୋକ ସନ୍ଦେହ କରୁଥିଲେ ଯେ ଛଅ ଜଣ ବୃଦ୍ଧ ବ୍ୟକ୍ତି ମିଶି ଗାଁରେ ଗୁଣିଗାରେଡି କରୁଛନ୍ତି, ଯେଉଁ କାରଣରୁ ଛଅ ଜଣ ମହିଳାଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ଏହି ବୃଦ୍ଧଙ୍କ ବୟସ ପାଖାପାଖି ୬୦ ବର୍ଷରୁ ଅଧିକ ହେବ ଏବଂ ପୋଲିସ ସେମାନଙ୍କୁ ହସପିଟାଲରେ ଭର୍ତ୍ତୀ କରାଇଛି।

Leave A Reply

Your email address will not be published.