ବିଦ୍ୟୁତ୍ ବିଲ ପଇଠ କରି ପାଇଲେ ଉପହାର, ନିଆରା ପ୍ରୟାସରେ ସମସ୍ତେ ଖୁସି
ବିଦ୍ୟୁତ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ TPWODL ତରଫରୁ ନିଆରା ପ୍ରୟାସ ଆରମ୍ଭ ହୋଇଛି । ଯେଉଁ ମାନଙ୍କ ବକେୟା ନାହିଁ ଏବଂ ପ୍ରତ୍ୟେକ ମାସରେ ନିୟମିତ ବିଦ୍ୟୁତ ବିଲ୍ ଦେଉଛନ୍ତି ସେମାନଙ୍କୁ ଖୁଲ ଯା ସିମ୍ ସିମ୍ ଢଙ୍ଗରେ ଅର୍ଥାତ ଲକି କୁପନ ଉଠାଣ ମାଧ୍ୟମରେ ପୁରସ୍କାର ଦେଇ ସମ୍ମାନିତ କରାଯାଇଛି । ଏହି ଅବସରରେ ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟରେ ଅନୁଷ୍ଠିତ ସଭାରେ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ ଉଦୟ ଶଙ୍କର ପାଟ ଯୋଶୀ ନିୟମିତ ବିଦ୍ୟୁତ ଦେୟ ପୈଠ କରୁଥିବା ଉପଭୋକ୍ତାଙ୍କୁ ଉପହାର ଦେଇଛନ୍ତି । ପ୍ରଥମରେ ଉମେଶ ବନଛୋର, ଦ୍ଵିତୀୟରେ ଅଜିତ ସାମନ୍ତରାୟ ଓ ତୃତୀୟରେ ଲତା ବାଘ ଆଦିଙ୍କୁ ପୁରସ୍କାର ଦେଇ ସମ୍ମାନିତ କରାଯାଇଛି । ପୁରଷ୍କାର ପାଇ ଏମାନେ ବି ବେଶ ଖୁସି ଅଛନ୍ତି ।
ବିଦ୍ୟୁତ ଗ୍ରାହକମାନେ ଅନେକ ସମୟରେ ଟଙ୍କା ପଇଠ କରନ୍ତି ନାହିଁ । କିମ୍ବା ମାସ ମାସ ବିତିଗଲା ପରେ ଟଙ୍କା ଦିଅନ୍ତି । ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ଏହି ଛୋଟ ପ୍ରୟାସ ଆରମ୍ଭ କରାଯାଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।