ଭୁବନେଶ୍ୱର(କେନ୍ୟୁଜ): ହୋଟେଲରେ ବସିବାକୁ କେନ୍ଦ୍ର କରି ତୁମୁଳକାଣ୍ଡ । ଭୁବନେଶ୍ୱର ଏକାମ୍ର ହାଟରେ ମାରପିଟ । ଖାଇବା ପିଇବା ଚାଲିଥିବା ବେଳେ ଗଣ୍ଡଗୋଳ । ବଚସାରୁ ହାତାହାତି । ଚେୟାରରେ ପିଟାପିଟି । ଗତକାଲି ଏକାମ୍ର ହାଟରେ ଏମିତି ଘଟଣା ଦେଖିବାକୁ ମିଳିଥିଲା । ଜଣେ ବ୍ୟକ୍ତିଙ୍କୁ କିଛି ଲୋକ ନିସ୍ତୁକ ମାଡ଼ ମାରିଥିଲେ । ଏଥିରେ ଆହତ ହୋଇଛନ୍ତି ଜଣେ ଗ୍ରାହକ ପ୍ରଭାତ ମାର୍ଥା । ହୋଟେଲରେ ଖାଇବା ପାଇଁ ଭିଡ ଲାଗିିଥିବା ବେଳେ ଚେୟାର ଖାଲି ନଥିବାରୁ ଗ୍ରାହକ ଠିଆ ହୋଇଥିଲେ ।
ପ୍ରଭାତ ଖାଇ ସାରି ଫେରିବା ବେଳେ ଗୋଟିଏ ଚେୟାର ଗ୍ରାହକଙ୍କ ଦେହରେ ବାଜି ଯାଇଥିଲା । ଏହାକୁ ନେଇ ଆରମ୍ଭ ହୋଇ ଯାଇଥିଲା ମାରପିଟ ଓ ଭଙ୍ଗାରୁଜା । ଖାରବେଳ ନଗର ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି । ଗଣ୍ଡଗୋଳ ବେଳେ ସାଂସଦ ମମତା ମହାନ୍ତ ମଧ୍ୟ ସେହି ସ୍ଥାନକୁ ନିଜ ପରିବାର ସହ ଖାଇବାକୁ ଯାଇଥିଲେ । ଏତେ ଜୋରରେ ମାରପିଟ ହୋଇଥିଲା ଯେ ଟେବୁଲ ଉପରେ ଥିବା ତାଙ୍କ ଫୋନ୍ କୁଆଡ଼େ ହଜି ଯାଇଥିଲା । .
ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…