ରାଜ୍ୟ

ନେଟଓ୍ଵାର୍କ ପାଇଁ ପାହାଡ଼ ଚଢ଼ୁଛନ୍ତି ଏଠାକାର ଲୋକେ, ଡିଜିଟାଲ ଯୁଗରେ ଭୋଗୁଛନ୍ତି ଅନେକ ସମସ୍ୟା

ସୋରଡା (କେନ୍ୟୁଜ): ପୃଥିବୀର କୋଣ ଅନୁକୋଣରେ ବତ୍ତର୍ମାନ ଇଣ୍ଟରନେଟ ମିଳୁଛି, ଯେଉଁଥିପାଇଁ ସାରା ଦୁନିଆର ଖବର ମାତ୍ର କେଇ ମିନଟରେ ଆମ ପାଖରେ ପହଞ୍ଚି ପାରୁଛି । କିନ୍ତୁ ଆଜିର ଦୁନିଆରେ ଏପରି କିଛି ଗାଁ ରହିଛି ଯେଉଁଠାରେ ଏବେ ବି ନେଟଓ୍ଵାର୍କ ନାହିଁ । ଇଣ୍ଟରନେଟ ଦ୍ୱାରା ଖବର ପାଇବେ କଣ ଓଲଟା ଲୋକମାନଙ୍କୁ ମୋବାଇଲରେ କଥା ହେବା ପାଇଁ ପାହାଡ ଚଢିବାକୁ ପଡ଼ୁଛି । କାହାକୁ କଲ୍‌ କରିବାକୁ ହେଲେ ପାହାଡ଼ କିମ୍ବା ଗଛ ଉପରେ ଚଢ଼ୁଛନ୍ତି ଲୋକେ । ଏପରି ଦୃଶ୍ୟ ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ବଡଗୋଛା ପଞ୍ଚାୟତରେ ଦେଖିବାକୁ ମିଳିଛି ।

ସୋରଡା ବ୍ଲକ ଠାରୁ ୪୫ କିଲୋମିଟର ଦୂରରେ ତିନୋଟି ପାହାଡ ଚଢିଲେ ପଡ଼େ ବଡ଼ଗୋଛା ପଞ୍ଚାୟତ ବା ସାଳିମାଗୋଛା ପଞ୍ଚାୟତ । ଏହି ପଞ୍ଚାୟତରେ ଶାଳିମାଗୋଛା, ପିରିଡିବନ୍ଧ, ନାଦପଙ୍କା,ସିଙ୍ଗାପାଙ୍କା, ମିନାଙ୍ଗୀ ଗିଳିମାହା ଓଭାଲିଆପଡା ଗାଁ କୁ ମିଶାଇ ୧୮ଟି ଗାଁ ରହିଛି । ପଞ୍ଚାୟତର ଲୋକ ସଂଖ୍ୟା ୭୦୦୦ ହେବ । ଶାଳିମାଗୋଛାକୁ ଯିବାକୁ ହେଲେ ୧୫ କିଲୋମିଟର ପାହାଡ ଚଢି ଘାଟି ଚଢିବାକୁ ହୋଇଥାଏ । ଗାଁରେ ସଡକ ଯୋଜନାରେ ରାସ୍ତା କରାଯାଇଛି । ପଞ୍ଚାୟତରେ 5T ଦ୍ଵାରା ହାଇସ୍କୁଲ ଓ ପାନୀୟ ଜଳ ବ୍ୟବସ୍ତା ହୋଇଛି । କିନ୍ତୁ ଏହି ପଞ୍ଚାୟତ ସୀମାର ଶେଷ ମୁଣ୍ଡରେ ଥିବା ଯୋଗୁଁ ଓ ଏହା ଉପାନ୍ତ ଅଞ୍ଚଳ ହୋଇଥିବାରୁ କେବଳ ଗୋଟିଏ ବସ ଚାଲିଥାଏ । ଯାହା ସକାଳୁ ବାହାରି ସନ୍ଧ୍ୟାରେ ଫେରିଥାଏ । ଗାଁ ଲୋକଙ୍କ ପାଇଁ ବଡ଼ ସମସ୍ୟା ହେଉଛି ମୋବାଇଲ ନେଟୱାର୍କ । ନେଟୱାର୍କ ନଥିବା ଯୋଗୁଁ ବାହାର ଦୁନିଆର ଖବର ଜାଣି ପାରୁନାହାନ୍ତି ଏଠାକାର ଲୋକେ ।

ମୋବାଇଲରେ କଥା ହେବା ପାଇଁ ଗାଁ ଠାରୁ ଦୁଇ କିଲୋମିଟର ଦୂରରେ ଥିବା ଏକ ପାହାଡ ଉପରକୁ ଯିବାକୁ ହୋଇଥାଏ । ବଡ଼ ବଡ଼ ଗଛ କିମ୍ବା ପଥର ଉପରେ ଚଢ଼ିବା ପରେ ମୋବାଇଲରେ ନେଟଓ୍ଵାର୍କ ମିଳେ । ଏଭଳି ପରିସ୍ଥିତିରେ ଲୋକଙ୍କ ଗୋଡ଼ ଖସିଯିବାର ଭୟ ମଧ୍ୟ ରହୁଛି । ଥରେ ନେଟୱାର୍କ ଚାଲିଗଲେ ବହୁ ସମୟ ଧରି ପାହାଡ ଉପରେ ଅପେକ୍ଷା କରନ୍ତି ଲୋକେ । ସେହିପରି ଜରୁରୀକାଳିନ ସମୟରେ ଆମ୍ବୁଲାନ୍ସକୁ ଡାକିବା ପାଇଁ ଲୋକମାନେ ପାହାଡ ଉପରେ ଅପେକ୍ଷା କରନ୍ତି । ସରକାରଙ୍କ ଯୋଜନା ହେଉ କିମ୍ବା ସ୍କୁଲର ଛାତ୍ର ଛାତ୍ରୀଙ୍କ ପାଇଁ ଆସିଥିବା ମେସେଜ ପାଇବା ଅସମ୍ଭବ ହୋଇଯାଏ । ଯଦି ଗାଁରେ ଘର ପୋଡ଼ି ହୁଏ ତେବେ ଦମକଳ ବାହିନୀ କିମ୍ବା ପୋଲିସକୁ ଖବର ଦେବା କଷ୍ଟକର ହୋଇଯାଏ । ଚିକିତ୍ସା ପାଇଁ ଲୋକମାନେ ତିରିଶି କିଲୋମିଟର ଗଲେ ଡାକ୍ତରଙ୍କ ଠାରୁ ସୁବିଧା ପାଆନ୍ତି । ବହୁ ବାର ଗ୍ରାମବାସୀ ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ ମଧ୍ୟ ସେମାନଙ୍କ ଗୁହାରି ଏବେ ଯାଏଁ କାହାର କର୍ଣ୍ଣପାତ ହୋଇନାହିଁ ।

ଏହି ସମସ୍ୟା ଆଜିର ନୁହେଁ ବହୁ ବର୍ଷ ହେବ ହଜାର ହଜାର ଲୋକ ଏ ସମସ୍ୟାରେ ପିଡ଼ିତ । ଏହି ସମସ୍ୟା ସମ୍ପର୍କରେ ଭଞ୍ଜନଗର ଉପ ଜିଲ୍ଲାପାଳ ଅନିଲ କୁମାର ଶେଠୀ କହିଛନ୍ତି ତୁରନ୍ତ ଗାଁରେ ମେଡିକାଲ ସୁବିଧା କରାଯିବ । ନେଟୱର୍କ ପାଇଁ ସବୁ କାମ ସରିଯାଇଛି ତେଣୁ ଲୋକମାନେ ଖୁବଶୀଘ୍ର ନେଟଓ୍ଵାର୍କ ପାଇବେ । ଲୋକମାନଙ୍କୁ ନେଟଓ୍ଵାର୍କ ମିଳିଲେ ସେମାନେ ଆଉ ଏମିତି ପାହାଡ଼ ଚଢ଼ିବେ ନାହିଁ କି ସେମାନଙ୍କ ଜୀବନ ପ୍ରତି ବିପଦ ରହିବ ନାହିଁ । ତେବେ ଦେଖାଯାଉ ଏମାନଙ୍କ ସମସ୍ୟା କେବେ ଦୂର ହେଉଛି ।

 

Subhalaxmi Das

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

3 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

14 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

25 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

53 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago