ପୋଲିସ ଉପରେ ଲୋକଙ୍କ ଆକ୍ରୋଶ, ଗୋଡେଇ ଗୋଡେଇ ପିଟିଲେ, କାଚ ଭାଙ୍ଗିଦେଲେ

ବରଗଡ଼(କେ ନ୍ୟୁଜ): ମହଙ୍ଗା ପଡ଼ିଲା ଲୋକଙ୍କୁ କୋଭିଡ ନିୟମ ମାନିବାକୁ ପ୍ରବର୍ତ୍ତାଇବା । ପୋଲିସ ଉପରେ ଭାରି ପଡ଼ିଲେ ସାଧାରଣ ଲୋକ। ପୋଲିସ ଗାଡ଼ି ଭାଙ୍ଗିବା ସହ ଗାଳିଗୁଲଜ କରିଥିଲେ ସ୍ଥାନୀୟ ବାସିନ୍ଦା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଡଭା ଗ୍ରାମରେ ପୋଲିସ ଗ୍ରାମବାସୀ ମୁହାଁମୁହିଁ । ଗତକାଲି ରାତିରେ ଦୁର୍ଗାପୂଜା ହେଉଥିବା ସମୟରେ ପୋଲିସ ପହଁଞ୍ଚିଥିଲା ବିଭିନ୍ନ କାର୍ଯ୍ୟକ୍ରମ ବନ୍ଦ କରିବାକୁ କହିଥିଲା । ଏଥିରେ ଗ୍ରାମବାସୀ ଉତ୍ତେଜିତ ହୋଇ ଉଠିଥିଲେ।

ପୋଲିସକୁ ରାଗିଯାଇ ଧସ୍ତାଧସ୍ତି କରିବା ସହ ଗାଳିଗୁଲଜ କରିଥିଲେ। ପୋଲିସ ଭ୍ୟାନର ପଛପଟ କାଚ ପିଟି ଭାଙ୍ଗି ହେଇଥିଲେ। ପୋଲିସ ଘଟଣା ସ୍ଥଳରୁ ଫେରିଆସି ଦୁଇଟି ମାମଲା ରୁଜୁ କରିଛି। ପୋଲିସ ଗାଡି ଭାଙ୍ଗିଥିବା ଓ କୋଭିଡ ନିୟମ ନମାନି ଭିଡ ଜମାଇ ଥିବା ଅଭିଯୋଗରେ କେସ କରିଛି ଝାରବନ୍ଧ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.