ରାଜ୍ୟ

ଆମ ଏସପିଙ୍କୁ ଆମେ ଛାଡ଼ିବୁନି, ସେ ଆମ ପାଇଁ ଭଗବାନ

ମାଲକାନଗିରି(କେ ନ୍ୟୁଜ): ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳରେ ପୁଣି ଆଉ ଥରେ ପ୍ରଜାମେଳି । ଏଥର କିନ୍ତୁ ପୁଲିସ ବିରୋଧରେ ନୁହେଁ ଏସପିଙ୍କ ବଦଳିକୁ ନେଇ ସୃଷ୍ଟି ହୋଇଛି ପ୍ରତିବାଦ। ପ୍ରଥମ ଥର ପାଇଁ ପୋଲିସ ସମର୍ଥନରେ ଅନୁଷ୍ଠିତ ହୋଇଛି ପ୍ରଜାମେଳି । ସେ ପୁଣି ପୂର୍ବତନ SP ଋଷିକେଶ ଦୟାନନ୍ଦ ଖିଲାରୀ ଙ୍କ ବଦଳି ବାତିଲ ପାଇଁ । ଦେଶ ସ୍ବାଧୀନ ହେବାର ସାତ ଦଶନ୍ଧିପରେ ଆମେ ସ୍ବାଧୀନ ହେଲୁ,ଆମକୁ ନକ୍ସଲ ଦାଉରୁ ରକ୍ଷା କଲେ, ବିଛିନ୍ନଞ୍ଚଳରୁ ସ୍ବାଭିମାନ ଅଂଚଳ ବୋଲି ପରିଚୟ ଦେଲେ,ଗାଁକୁ ରାସ୍ତା ତିଆରି କଲେ,ଗୋଟିଏ ଦିନରେ ଆମେ ମାଲକାନଗିରି ଯାଇ ନିଜ ଘରକୁ ଫେରିପାରୁଛୁ ବୋଲି କୋହଭରା କଣ୍ଠରେ ଆଜି ସ୍ବାଭିମାନ ଅଂଚଳର ମହିଳା ପୁରୁଷ କହୁଥିବା ଦେଖିବାକୁ ମିଳିଥିଲା । ଆଜି ସ୍ବାଭିମାନ ଅଂଚଳର ଯଡାମ୍ବ ଠାରେ ୫ଟି ପଞ୍ଚାୟତର ଶତାଧିକ ଗ୍ରାମବାସୀ ଏକତ୍ରୀତ ହୋଇ ପ୍ରଜାମେଳି କରିଥିଲେ ।

ଏହି ପ୍ରଜାମେଳି କିନ୍ତୁ ପୁଲିସ ବିରୋଧରେ ନଥିଲା । ଏସପି ରିଶିକେଷ ଖିଲାରୀଙ୍କୁ ସମର୍ଥନ କରି ଏହି ପ୍ରଜାମେଳି କରାଯାଇଥିଲା । ଗତକାଲି ମାଲକାନଗିରି ଏସପି ଶ୍ରୀ ଖିଲାରିଙ୍କ ମୟୁରଭଞ୍ଜ ବଦଳି ହୋଇଥିବା କଥା ସ୍ବାଭିମାନ ଅଂଚଳବାସୀ ଜାଣିବା ପରେ ଦୁଃଖରେ ଭାଙ୍ଗିପଡିଥିଲେ । କାରଣ ଏସପି ସବୁବେଳେ ସ୍ଭାଭିମାନ ଅଂଚଳରେ ପହଞ୍ଚି ଲୋକଙ୍କୁ ଭୟଭିତ ନହେବା ପାଇଁ ପରାମର୍ଶ ଦେବା ସହ ସେମାନଙ୍କୁ ସୁରକ୍ଷା ପ୍ରଦାନ କରି ଆସୁଥିଲେ । ଏପରିକି ସ୍ବାଭିମାନ ଅଂଚଳକୁ ନକ୍ସଲ ଦାଉରୁ ମୁକ୍ତ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ତେଣୁ ତାଙ୍କ ଭଳି ଭଗବାନ ରୂପୀ ମଣିଷଙ୍କୁ ଆମେ କେବେ ମଧ୍ୟ ଜିଲ୍ଲାରୁ ଛାଡିବୁ ନାହଁ ବୋଲି ଜିଦ ଧରିଥିଲେ । ତାଙ୍କୁ ଆଉ କିଛି ଦିନ ଏଠାରେ ରଖିବା ପାଇଁ ଦାବି କରିଥିଲେ । ଦଶନ୍ଧି ଦଶନ୍ଧି ଧରି ନକ୍ସଲ ସ୍ବାଭିମାନ ଅଂଚଳବାସୀଙ୍କୁ ଅତ୍ୟାଚାର କରିଆସୁଥିଲେ ।

ସେମାନଙ୍କୁ ରକ୍ଷା କରିବା ପାଇଁ ନା ସରକାର ଆଗେଇ ଆସୁଥିଲା ନା ପ୍ରଶାସନ । ଏବେ କିନ୍ତୁ ଏସପି ଶ୍ରୀ ଖିଲାରୀ ଆମକୁ ଭଗବାନ ଭଳି ଆସି ସବୁ ସହଯୋଗ କଲେ । ସବୁ ଦୁଃଖସୁଖରେ ସେ ସାମିଲ ହୋଇଆସୁଥିଲେ । ସରକାରଙ୍କର ଏହି ବଦଳିକୁ ଏହି ଅଂଚଳର ଲୋକେ ବିରୋଧ କରିଛନ୍ତି । ଏହି ବଦଳିକୁ ତୁରନ୍ତ ରଦ୍ଦ କରିବା ପାଇଁ ଦାବି କରିଛନ୍ତି । ସ୍ବାଭିମାନ ଅଂଚଳରେ କିପରି ବିକାଶ ହୋଇପାରିବ ସେନେଇ ଏସପି ଶ୍ରୀ ଖିଲାର ସରକାର ଏବଂ ପ୍ରଶାସନ ନିକଟରେ ସମସ୍ତ ରିପୋର୍ଟ ରଖିଥିଲେ ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

1 hour ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

5 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

7 hours ago