ମଶା ଉପଦ୍ରବ ପାଇଁ ସିଏମସି କମିଶନର ଓ ସ୍ବାସ୍ଥ୍ୟ ଅଧିକାରୀଙ୍କ ନାଁରେ ଥାନାରେ ଏତଲା 

କଟକ : କଟକରେ ମଶା ଉପଦ୍ରବ ପାଇଁ ସିଏମସି କମିଶନର ଓ ସ୍ବାସ୍ଥ୍ୟ ଅଧିକାରୀଙ୍କ ନାଁରେ ଥାନାରେ ଏତଲା  ।  ମଶା ଉପଦ୍ରବ ମଶା ଉପଦ୍ରବ ନିୟନ୍ତ୍ରଣ କରିବାରେ ସିଏମସିର ବିଫଳତା ଯୋଗୁଁ ବାଦାମବାଡି ଥାନାରେ ଏତଲା ଦେଲେ କଟକ ଜିଲ୍ଲା କଂଗ୍ରେସର ନେତା ଓ କର୍ମୀ ।  ଅଭିନବ ଉପାୟରେ ବାଦାମବାଡ଼ି ଥାନା ଆଗରେ ମଶାରୀ ଟାଙ୍ଗି ବସି ମଶାଙ୍କ ଉପଦ୍ରବ ଲାଗି ପ୍ରତିବାଦ କରିଥିଲେ କଂଗ୍ରେସର ନେତା ଓ କର୍ମୀ। ଡ୍ରେନ ସଫେଇ ନାହିଁ, ନିମ୍ନମାନର ମଶା ମରା ତେଲ ଓ ଧୁଆଁ ଯୋଗୁଁ ମଶା ମରୁନାହିଁ, ବୁସ୍ କଟିଙ୍ଗ ନାହିଁ,ରାସ୍ତା କଡ଼ରେ କୁଢ଼ କୁଢ଼ ଅଳିଆ ପଡ଼ି ରହୁଛି ।

ଏସବୁ ପାଇଁ ମଶାର ଘନତ୍ଵ ବଢ଼ିବାରେ ଲାଗିଛି, ଯାହାକୁ ନିୟନ୍ତ୍ରଣ କରିବାରେ ସିଏମସି ବିଫଳ ହେଇଛି । ଏଥିପାଇଁ ସହରରେ ଡେଙ୍ଗୁ, ମେଲେରିଆ ପରି ମାରାତ୍ମକ ରୋଗ ବ୍ୟାପିବାର ସମ୍ଭାବନା ମଧ୍ୟ ରହିଛି। ଏଥିଲାଗି ସିଏମସିର ଅବହେଳାତ୍ମକ କାର୍ଯ୍ୟକୁ ଦାୟୀ କରି କଂଗ୍ରେସ ପକ୍ଷରୁ ପ୍ରତିବାଦ କରିବା ସହ ଥାନାରେ ଏତଲା ଦିଆଯାଇଥିଲା। ଅନ୍ୟପଟେ ମଶା ନିବାରଣ ପାଇଁ କଟକ ସହରରେ ମଶାତେଲ ସିଞ୍ଚନ କରାଯାଉଛି । ମଶାର ଘନତ୍ୱକୁ ଦୃଷ୍ଟିରେ ରଖି ୱାର୍ଡ଼ ସ୍ତରରେ ଦିନକୁ ଦୁଇ ଥର ମଶାତେଲ ଓ ମଶା ଧୂଆଁ ଦିଆଯାଉଛି। ତେବେ ଆଗାମୀ ଦିନରେ ଅପହଞ୍ଚ ଅଞ୍ଚଳରେ ଡ୍ରୋନ ଯୋଗେ ମଶାତେଲ ସିଞ୍ଚନ କରିବା ପାଇଁ ଯୋଜନା କରିଛି ସିଏମସି।

ନିଶ୍ଚୟ ପଢନ୍ତୁ : କଟକ ଏବଂ ରାୟଗଡ଼ାରେ ନିର୍ମାଣହେବ ରେଳ ଫ୍ଲାଏଓଭର୍, ରେଳ ମନ୍ତ୍ରଣାଳୟ ପକ୍ଷରୁ ୫୦୯ କୋଟି ମଞ୍ଜୁର