ରାଜ୍ୟ

ଲାଗିଲା କାଳିଆ ଡୋରି: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଶ୍ରୀକ୍ଷେତ୍ରବାସୀ, ସୁରକ୍ଷା ବ୍ୟବସ୍ଥା ପାଇଁ ମୋଟ୍‌ ୧୮ ପ୍ଲାଟୁନ ଫୋର୍ସ ମୁତୟନ

ପୁରୀ: ଲାଗିଲା କାଳିଆ ଡୋରି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଶ୍ରୀକ୍ଷେତ୍ରବାସୀ । ପ୍ରଥମ ଦିନରେ ୭ଟି ଓ୍ଵାର୍ଡବାସୀଙ୍କୁ ଦର୍ଶନ ସୁଯୋଗ ଦିଆଯାଇଛି । ଗହଳିକୁ ଦୃଷ୍ଟିରେ ରଖି ୬ନଂ ଓ ୯ଂ ଓ୍ଵାର୍ଡବାସୀ ଚତୁର୍ଥାମୂତ୍ତିକୁ ଦର୍ଶନ କରୁଛନ୍ତି । ୩୧ ତାରିଖ ଯାଏ ସବୁ ଦିନ ଓ୍ଵାର୍ଡ ବାସିନ୍ଦାଙ୍କୁ ଦର୍ଶନର ସୁଯୋଗ ମିଳିବ ।

ପ୍ରଥମ ଦିନରେ ୨, ୩, ୬, ୯, ୧୧, ୧୨, ୧୫ ନମ୍ବର ଓ୍ଵାର୍ଡ ବାସିନ୍ଦା ମହାପ୍ରଭୁଙ୍କୁ ଦର୍ଶନ କରିବେ । ଟୋକନ୍‌ ଦେଖାଇ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି ୱାର୍ଡ ବାସିନ୍ଦା । ଭକ୍ତମାନେ ମାର୍କେଟ ଛକରୁ ବ୍ୟାରିକେଡ୍‌ରେ ଆସି ହାତ ସାନିଟାଇଜ୍‌ କରିବା ପରେ ଦର୍ଶନ କରିବାକୁ ଯାଇଛନ୍ତି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ଏସ୍‌ଓପି ଜାରି କରିଛି ।

ଭକ୍ତମାନେ ବ୍ୟାରିକେଡ୍‌ରେ କିଭଳି ସାମାଜିକ ଦୂରତା ରକ୍ଷା କରିବେ, ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା ସହ ସୁରକ୍ଷା ବ୍ୟବସ୍ଥା ପାଇଁ ମୋଟ୍‌ ୧୮ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ପୁରୀବାସୀଙ୍କ ପରେ ରାଜ୍ୟ ଓ ରାଜ୍ୟ ବାହାର ଭକ୍ତଙ୍କ ପାଇଁ ଆସନ୍ତା ଜାନୁଆରୀ ୩ ତାରିଖରୁ ଦର୍ଶନ ବ୍ୟବସ୍ଥା କରାଯିବ ।

Sonalisa

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago