ସୁନ୍ଦରଗଡ ପୋଲିସ ନାଁରେ ଅଭିଯୋଗ, ରାତି ଅଧିଆ ବେଆଇନ ଗିରଫଦାରୀକୁ ଲୋକେ କଲେ ବିରୋଧ

ସୁନ୍ଦରଗଡ ପୋଲିସ ନାଁରେ ଅଭିଯୋଗ । ଦୁର୍ଘଟଣା ଜନିତ ମୃତ୍ୟୁ ଘଟଣାରେ ସୃଷ୍ଟି ହୋଇଥିବା ଅସନ୍ତୋଷ ଓ ଗାଡି ଭଙ୍ଗାରୁଜାର ପ୍ରତିଶୋଧ ନେଇଛି ସୁନ୍ଦରଗଡ ପୋଲିସ । ରାତି ଅଧରେ ଖୋଦ ସୁନ୍ଦରଗଡ ଏସପି ସୌମ୍ୟା ମିଶ୍ର କନିକା ବସ୍ତିର ଘରେ ଘରେ ପଶି ଗିରଫ ଦାରୀ ନାଁରେ ଦମନଲୀଳା ଚଳାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ ଗତ ବୁଧବାର ଦିନ ଏକ ସ୍କୋର୍ପିଓ ଧକ୍କାରେ କନିକା ଗାଁର ଲିପୁ ନାୟକଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ କନିକା ପୋଲିସ ଏକ ସ୍କୋର୍ପିଓ ଗାଡିକୁ ଅଟକ ରଖିଥିଲା, କିନ୍ତୁ ପରେ କୌଣସି ଠୋସ ପ୍ରମାଣ ନ ମିଳିବାରୁ ଗାଡିଟିକୁ ଛାଡି ଦେଇଥିଲା ।

ଏହାକୁ ନେଇ କନିକା ଗାଁ ଲୋକେ ବିଟ ହାଉସକୁ ଘେରାଉ କରିଥିଲେ । ଏହାସହ ଥାନାରେ ଥିବା ୨ଟି ଗାଡିକୁ ଭଙ୍ଗାରୁଜା କରିବା ସହ ବିଟ ହାଉସ ଉପରକୁ ଟେକାମାଡ କରିଥିଲେ । ଏନେଇ ଗତକାଲି ରାତିରେ ଏସପିଙ୍କ ନେତୃତ୍ୱରେ ଜିଲ୍ଲାର ବହୁ ପୋଲିସ୍‌ ଅଧିକାରୀ ଓ ଫୋର୍ସ କନିକା ଫାଟକପଡା ଓ ଝାରସୁଗୁଡାର ବିଭିନ୍ନ ଅଞ୍ଚଳରେ ଚଢାଉ କରି ୧୫ଜଣଙ୍କୁ ଗିରଫ କରିଛନ୍ତି । ସେପଟେ ଉତ୍ୟକ୍ତ ଲୋକଙ୍କ ଆକ୍ରମଣରେ ୨ପୋଲିସ୍‌ କର୍ମଚାରୀ ଆହତ ହେବା ପରେ କନିକାରେ ୪ପ୍ଲାଟୁନ ପୋଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.