ଭୁବନେଶ୍ୱର ଶିଖରଚଣ୍ଡୀ ବିହାରରେ ‘ମୋ ବସ୍’ ଦୁର୍ଘଟଣାରେ ଜଣେ ଗୁରୁତର, ତାତିଲେ ଲୋକେ
ଭୁବନେଶ୍ୱର ଶିଖରଚଣ୍ଡୀ ବିହାରରେ ‘ମୋ ବସ୍ ’ ଦୁର୍ଘଟଣାକୁ ନେଇ ଉତ୍ତେଜନା । ମୋ ବସ ଧକ୍କାରେ ଜଣେ ଗୁରୁତର ହେବା ପରେ ତାତିଲେ ଲୋକେ । ବସକୁ ଭଙ୍ଗାରୁଜା କରିଛନ୍ତି ଲୋକେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଥିଲା ।

ଭୁବନେଶ୍ୱର(କେନ୍ୟୁଜ) : ଭୁବନେଶ୍ୱର ଶିଖରଚଣ୍ଡୀ ବିହାରରେ ‘ମୋ ବସ୍ ’ ଦୁର୍ଘଟଣାକୁ ନେଇ ଉତ୍ତେଜନା । ମୋ ବସ ଧକ୍କାରେ ଜଣେ ଗୁରୁତର ହେବା ପରେ ତାତିଲେ ଲୋକେ । ବସକୁ ଭଙ୍ଗାରୁଜା କରିଛନ୍ତି ଲୋକେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଥିଲା ।
ପୋଲିସ ସ୍ଥାନୀୟ ଲୋକେ ମୁହାଁମୁହିଁ ହୋଇଥିଲେ। ରାସ୍ତାରେ ଟେକାପଥର ପଡ଼ିବା ସହ ବୋତଲ ଭାଙ୍ଗିଥିଲେ । ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ ଲାଠିଚାର୍ଜ କରିଥିଲା । ଦୁର୍ଘଟଣାରେ ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ନାଁ ଦଣ୍ଡପାଣି ରେଡ୍ଡୀ । ଶିଖରଚଣ୍ଡୀ ନଗର ବସ୍ତିରେ ତାଙ୍କ ଘର ।