ମାଗଣା ମିଳିଗଲେ ମରଣକୁ ବି ଭୟ କରିବେନି ଏମାନେ, ଓଲଟି ପଡିଥିବା ପଟ୍ରୋଲ ବୋଝେଇ ଟ୍ୟାଙ୍କରରୁ ତେଲ ବୋହିନେଲେ ଲୋକେ

ଟାଙ୍ଗୀ(କେନ୍ୟୁଜ୍): ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ପଟ୍ରୋଲ ବୋଝେଇ ଟ୍ୟାଙ୍କର । ଆଜି ସନ୍ଧ୍ୟା ୬.୩୦ ମିନିଟ ସମୟରେ ଖୋର୍ଦ୍ଧା ଜିଲ୍ଲା ୧୬ନଂ ଜାତୀୟ ରାଜପଥ ବାଲୁଗାଁ-ବାଣପୁର ଓଭର ବ୍ରିଜ୍ ନିକଟରେ ଖୋର୍ଦ୍ଧାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ପେଟ୍ରୋଲ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ  ରାସ୍ତାରେ ଓଲଟିପଡିଥିଲା। ଏହାର ସୁଯୋଗ ନେଇ ଲୋକମାନେ ନିଜ ଜୀବନକୁ ବାଜି ଲଗାଇ ଗରା ,ବାଲଟି ବୋତଲରେରେ ବୋହି ନେଇ ଯାଇଛନ୍ତି ପେଟ୍ରୋଲ।

ବାଣପୁର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ଚାଲିଥିଲା ଏଭଳି ନାଟକ । ପୋଲିସ ପହଞ୍ଚି ତୁରନ୍ତ ଗାଡିରୁ ତେଲ ନିଷ୍କାସନ କରବାକୁ ପ୍ରୟାସ ଆରମ୍ଭକରି କରିଛି । ଏଭଳି ପରିସ୍ଥିତି ଏକ ବଡ ଧରଣର ଦୃଘଟଣାରୁ ଅଳ୍ପକେ ଟଳି ପଡିଛି । କିନ୍ତୁ  ଲୋକଙ୍କ ଏଭଳି ଅମାନବୀୟ କାମ ପାଇଁ ବୁଦ୍ଧିଜୀବୀ ନିନ୍ଦା କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.