ଲୋକଙ୍କୁ ନକଲି ମାଉଜର୍ ଦେଖାଇ ଆତଙ୍କ ସୃଷ୍ଟି, ଯୁବକ ଗିରଫ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ ତିରିଗୋଛା ଗାଁ ଲୋକଙ୍କୁ ନକଲି ମାଉଜର୍ ଦେଖାଇ ଆତଙ୍କ ସୃଷ୍ଟି କରିବା ଅଭିଯୋଗରେ ଜଣେ ଯୁବକ ଗିରଫ । ଅଭିଯୁକ୍ତ ଜଣକ ନିକଟସ୍ଥ କ୍ଷେତମୁଣ୍ଡୁଳି ଗାଁର ସୁଧିର ପାତ୍ର । ତା’ର ଠାରୁ, ନକଲି ମାଉଜର୍ ଏବଂ ଗୋଟିଏ ବାଇକ୍ ଜବତ କରିଛି, ତାରାସିଙ୍ଗି ଥାନା ପୋଲିସ ।

ତିରିଗୋଛା ଗାଁରେ ଏକ ଭୋଜି ଚାଲିଥିବା ବେଳେ ଦ୍ରୁତ ବେଗରେ ବାଇକ୍ ଚଳାଇ ଯାଉଥିବାରୁ, ଗାଁର କିଛି ଲୋକଙ୍କ ସହ ଝଗଡା ହୋଇଥିଲା । ଏହାକୁ କେନ୍ଦ୍ରକରି ସୁଧିର ଧରିଥିବା ନକଲି ମାଉଜର ଦେଖାଇ, ଲୋକଙ୍କୁ ଭୟଭୀତ କରିଥିଲା । ପରେ ସ୍ଥାନୀୟ ଲୋକେ ସଂପୃକ୍ତ ଯୁବକକୁ କାବୁ କରି ଧରିଥିଲେ ଏବଂ ପୋଲିସରେ ଦେଇଥିଲେ ।