ଭୁବନେଶ୍ୱର : ନିଜ ଆବାସ ଘର ପାଇଁ ନିଜେ ସର୍ଭେ କରିବେ ଲୋକ । କେହି ଯୋଗ୍ୟ ହିତାଧିକାରୀ ବାଦ ପଡ଼ିବେନି । ଖୋଜି ଖୋଜି ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯିବ ଘର। ପ୍ରକୃତ ହିତାଧିକାରୀ ପାଇବେ ଘର । ନିଜେ ଯୋଗ୍ୟ କି ନୁହେଁ ନିଜେ କରିବେ ସର୍ଭେ । ଦିବ୍ୟାଙ୍ଗ ଓ ବିଧବାଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ । ଆସନ୍ତା ଡିସେମ୍ବରରେ ଗାଁ ଗାଁରେ ସର୍ଭେ ହେବ । ଦୁଇ ମାସ ଭିତରେ ସର୍ଭେ କରାଯିବ । ଏହି ସମୟ ଭିତରେ ତାଲିମ ସହ ଅନଲାଇନରେ ଆବେଦନର ଷ୍ଟାଟସ୍ କିପରି ଚେକ୍ କରିବେ ସେନେଇ ମଧ୍ୟ ଟ୍ରେନିଙ୍ଗ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।