୨ ବର୍ଷର କୋଭିଡ କଟକଣା ପରେ ଏ ବର୍ଷ ପାଳନ ହେବ ଆଲୋକର ପର୍ବ ଦୀପାବଳି, ବାଣ ବ୍ୟବସାୟ ପାଇଁ ବିଏମ୍‌ସି ପକ୍ଷରୁ ଦିଆଯିବ ଅନୁମତି

ଭୁବନେଶ୍ବର(କେନ୍ୟୁଜ୍):  ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ୨ ବର୍ଷର କୋଭିଡ କଟକଣା ପରେ ଚଳିତବର୍ଷ ଦୀପାବଳିରେ ବାଣ ବ୍ୟବସାୟ ହେବ । ଭୁବନେଶ୍ୱରରେ ବାଣ ବ୍ୟବସାୟ ପାଇଁ ବିଏମ୍‌ସି ପକ୍ଷରୁ ଦିଆଯିବ ଅନୁମତି। ଅନୁମତି ପାଇବାରେ ବାଣ ବ୍ୟବସାୟ ପାଇଁ ଆବେଦନ କରିବାକୁ ଥିବା ବ୍ୟବସାୟୀ ମାନେ ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ନହୁଅନ୍ତି ତାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା।

ବିଏମ୍‌ସିର ୩ଟି ଜୋନ୍‌ର ଜୋନାଲ ଡ଼େପୁଟି କମିଶନରମାନଙ୍କୁ ଦିଆଯାଇଛି କ୍ଷମତା। ବିଏମ୍‌ସିର ମୋଟ ୬୭ଟି ୱାର୍ଡକୁ ୩ ଭାଗରେ ବିଭକ୍ତ କରାଯାଇ ଅନୁମତି ପ୍ରଦାନ କ୍ଷମତା ZDC ମାନଙ୍କୁ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.