ଘର ସହ ସମ୍ପର୍କ ଥିବା ଲୋକ ହିଁ ଚୋରି କରିଛି : ସୁର ରାଉତରାୟ

ଭୁବନେଶ୍ୱର : ଘର ସହ ସର୍ମ୍ପକ ଥିବା ଲୋକ ହିଁ ଚୋରି କରିଛି ।  ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍ ଘଟଣାରେ ଏହା କହିଛନ୍ତି ବରିଷ୍ଠ ନେତା ସୁରେଶ ରାଉତରାୟ ।  ଏହା ସହ ଘଟଣାରେ ମୁଖ୍ୟମନ୍ତ୍ରୀ ଦୃଷ୍ଟନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କହିଛନ୍ତି ।

ରାଜଧାନୀରେ ଯଦି ନିରଞ୍ଜନ ପଟ୍ଟନାୟକଙ୍କ ପରି ପୂର୍ବତନ ମନ୍ତ୍ରୀ ସୁରକ୍ଷିତ ନୁହନ୍ତି ତେବେ ସାଧାରଣ ଲୋକଙ୍କ କଥା କିଏ ପଚାରେ । ରାଜଧାନୀରେ ଆଇନ ଶୃଙ୍ଖଳା ବିଗିଡି ଯାଇଛି । ତେଣୁ ସରକାର ଏହାକୁ ଦୃଷ୍ଟି ଦିଅନ୍ତୁ ବୋଲି କହିଛନ୍ତି ସୁର ରାଉତରାୟ ।

ମିଳିଥିବା ସୂଚନାନୁସାରେ, ଉପର ମହଲା ରହୁଥିବା ପୁଅ ବୋହୁଙ୍କ ଘରୁ ଲୁଟ ହୋଇଛି । ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ନେଇଯାଇଛନ୍ତି ର୍ଦୁବୃତ୍ତ । ସିସିଟିଭିରେ ଚୋରଙ୍କ ଗତିବିଧି କଏଦ ହୋଇଛି । ପାଚେରୀ ଡେଇଁ ଘରେ ଚୋର ପଶିଥିଲେ । ଚୋର ଏତେ ଚାଲାକ ଯେ, ଘରର ଭିତର ସିସିଟିଭିକୁ ବୁଲାଇ ଦେଇଥିଲେ ।

ଏହି ଚୋରି ପ୍ରଫେସନାଲ ଢଙ୍ଗରେ ହୋଇଥିବା ନେଇ ସନ୍ଦେହ ହେଉଛି । ଘଟଣାସ୍ଥଳରେ ନୟାପଲ୍ଲୀ ପୋଲିସ ପହଞ୍ଚି ଛାନଭିନ କରୁଛି । ସିସିଟିଭି ଫୁଟେଜକୁ ଆଧାର କରି ନୟାପଲ୍ଲୀ ଥାନା ପୋଲିସ ତନାଘନା ଆରମ୍ଭ କରିଛି ।

Also read:କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ଘଟଣା, ଖୁବଶୀଘ୍ର ଧରାପଡ଼ିବ ଅଭିଯୁକ୍ତ କହିଛନ୍ତି ମୁଖ୍ୟମନ୍ତ୍ରୀ