ଜୀବନ ଦେଇଦେଲା କିନ୍ତୁ ବିଶ୍ବାସଘାତକ ସାଜିଲାନି, ଘରେ ପଶିବାକୁ ଉଦ୍ୟମ କରୁଥିବା ସାପକୁ ମାରି ନିଜ ଜୀବନ ହାରିଲା ପୋଷା କୁକୁର

ଭୁବନେଶ୍ବର(କେନ୍ୟୁଜ୍): ମାଲିକଙ୍କ କଥା ମାନି ଘର ଜଗିଲା। ଆଉ ଜୀବନ ବି ଦେଲା ଘରର ପାଳିତ କୁୁକୁର। ଭୁବନେଶ୍ୱର ଗଣ୍ଡରପୁର ଟାଙ୍ଗିବନ୍ତ ରୋଡ଼ ଏକ ମଠ ପାଖରେ ଘଟିଛି ଏଭଳି ଘଟଣା। ଜଣେ ପୂର୍ବତନ ଆର୍ମି ଅଧିକାରୀ ସସ୍ତ୍ରୀକ କୌଣସି କାମରେ ଭୁବନେଶ୍ୱର ବାହାରକୁ ଯାଇଥିଲେ। ଘରେ ପିଲାମାନେ ଥିବା ବେଳେ ପାଳିତ କୁକୁରଟିର ଖାଦ୍ୟର ବ୍ୟବସ୍ଥା ବି କରି ଦେଇଥିଲେ।

ସେମାନେ ଫେରିବା ପର୍ଯ୍ୟନ୍ତ ଘରର ନଜର ରଖିବାକୁ କହିଥିଲେ। କିନ୍ତୁ ଘରକୁ ଫେରିଲା ବେଳକୁ ଦୁଆରମୁଁହରେ ଗୋଟେ ତମ୍ପ ସାପ ଓ କୁକୁରଟି ମରି ପଡିଥିବା ଦେଖାଯାଇଥିଲା। ପଚାରି ବୁଝିବା ପରେ ସେମାନେ ଯିବାର କିଛି ସମୟ ପରେ କୁକୁର ବହୁତ ଭୁକୁଥିବା ପିଲାମାନେ କହିଥିଲେ। ସାପ ଘରକୁ ପଶିବାକୁ ଚେଷ୍ଟା କରିଥିବା ବେଳେ ସାପ କୁକୁର ଲଢେଇରେ ଉଭୟଙ୍କ ମୃତ୍ୟୁ ହୋଇଥିଲା।

Leave A Reply

Your email address will not be published.