ଆଜିର ବିସ୍ଫୋରଣ ପରେ ପେଟ୍ରୋଲ ଟାଙ୍କିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ,ଗାଡିରେ ତେଲ ପକାଇବା ବେଳେ ଏବେ ଭୟ କରୁଛନ୍ତି ଚାଳକ

କେନ୍ୟୁଜ୍(ବ୍ୟୁରୋ): ପେଟ୍ରୋଲ ଟାଙ୍କି ମାଲିକଙ୍କ ବିରୋଧରେ ନିଜ ତରଫରୁ ଏକ ଅପରାଧିକ ମାମଲା ରୁଜୁ କରିଛି କମିଶନରେଟ ପୋଲିସ । ତେଲ ଟାଙ୍କିରୁ ସମ୍ପୂର୍ଣ୍ଣ ନ କାଢ଼ିବା ପର୍ଯ୍ୟନ୍ତ ବିପଦ ଟଳିନାହିଁ । ଟାଙ୍କିରେ ମଧ୍ୟ ସିଏନଜି ରହିଛି । ଏହାସହ ତେଲ ଟ୍ୟାଙ୍କରଙ୍କୁ କାଢ଼ିବା ଏବେ ବଡ଼ ଚାଲେଞ୍ଜ । ସାଇଣ୍ଟିଫିକ୍‌ ଟିମ୍‌ ପହଁଚି ଘଟଣାର ଅନୁଧ୍ୟାନ କରୁଥିବା କହିଛନ୍ତି ପୋଲିସ କମିଶନର ।

ପେଟ୍ରୋଲ ପମ୍ପରେ କେମିତି ହେଲା ବିସ୍ଫୋରଣ ? ଏତେବଡ଼ ଅଗ୍ନିକାଣ୍ଡରେ କେଉଁଠି ରହିଲା ଅସାବଧାନତା ? ଲୋକଙ୍କ ଜୀବନ ସହ ଖେଳ କାହିଁକି ? କର୍ମଚାରୀ ନା ମାଲିକ କାହାର ତ୍ରୁଟି ? ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଭଳି ବେପାରରେ ଅବହେଳା ହୋଇଥିଲା କି ? ବୈଷୟିକ ତ୍ରୁଟି ନା ମଣିଷଗଢା ? ରାଜ୍ୟର ଅନ୍ୟ ପେଟ୍ରୋଲ ଟାଙ୍କି ସୁରକ୍ଷିତ ତ? ଅଗ୍ନିକାଣ୍ଡ ପରେ ଏଭଳିି ଅନେକ ପ୍ରଶ୍ନ । ଗାଡିରେ ତେଲ ପକାଇବା ବେଳେ ଏବେ ଭୟ କରୁଛନ୍ତି ଚାଳକ । ଖାଲି ସେତିକି ନୁହେଁ ପେଟ୍ରୋଲ ଟାଙ୍କି ନିକଟରେ ଥିବା ଘର ଲୋକ ବି ଭୟରେ । ରାଜଭବନ ନିକଟରେ ପେଟ୍ରୋଲ ଟାଙ୍କିରେ ଆଜିର ବିସ୍ଫୋରଣ ପରେ ପେଟ୍ରୋଲ ଟାଙ୍କିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ରାଜ୍ୟ ପାଇଁ ଏହା ନୂଆ ହୋଇଥିଲେ ବି ସମସ୍ତଙ୍କ ମଧ୍ୟରେ ଛନକା ପସିଛି । କେମିତି ଲାଗିଲା ନିଆଁ ସେଥିପାଇଁ ଟିମ୍‌ ଅନୁଧ୍ୟାନ କରୁଛି । ଏହାର କାରଣ ଖୋଜା ଚାଲିଛି । ଏହି ସମୟରେ କିଏ ଘରେ ଥିଲା ତ କିଏ ରାସ୍ତାରେ ଯାଉଥିଲା । ଏମିତି ହେବ ବୋଲି କେହି କଳ୍ପନା କରିନଥିଲେ । ପାଖ ଆପାର୍ଟମେଣ୍ଟ, ବସ୍ତି, ଦୋକାନ ସବୁ ଦେହଲି ଯାଇଥିଲା । ଜୀବନ ବଞ୍ଚାଇବାକୁ କିଏ ଘରୁ ବାହାରି

ଆହତଙ୍କୁ ମାଗଣା ଚିକିତ୍ସା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆହତ ବ୍ୟକ୍ତିଙ୍କ ଆରୋଗ୍ୟ କାମନା କରିଛନ୍ତି ନବୀନ ପଟ୍ଟନାୟକ । ଅଗ୍ନିକାଣ୍ଡ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ ସଚିବଙ୍କୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ଏହାସହ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ଇଣ୍ଡିଆନ ଅଏଲର ଅଧିକାରୀମାନଙ୍କ ସହ ଆଲୋଚନା କରି ତୁରନ୍ତ ଘଟଣାର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.